Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସୋମପୁର ପଞ୍ଚାୟତ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବ୍ୟାପକ ଅନିୟମିତତା ତଦନ୍ତ ଦାବୀ ) 3

ଜଗତସିଂହପୁର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ସୋମପୁର ପଞ୍ଚାୟତ ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବ୍ୟାପକ ଅନିୟମିତତା ତଦନ୍ତ ଦାବୀ )ଜଗତସିଂହପୁର
Article Image
ତା =5/5/25କେନ୍ଦ୍ର ସରକାର ଗ୍ରାମାଞ୍ଚଳ ର ଶ୍ରମିକ ମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ ଶହେ ଦିନ ର କାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ | ଏଥିପାଇଁ ପ୍ରତ୍ୟେକ ଶ୍ରମିକ ଶ୍ରେଣୀଙ୍କୁ ଜବକାର୍ଡ ମାଧ୍ୟମ ରେ ପ୍ରଥମେ କାମ କରିବା ଏବଂ ବିଭାଗୀୟ ଯନ୍ତ୍ରୀ ସମସ୍ତ କାର୍ଯ୍ୟର ମଷ୍ଟର ରୁଲ ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଶ୍ରମିକ ମାନଙ୍କୁ ବ୍ୟାଙ୍କ ପାସ ବୁକ ମାଧ୍ୟମ ରେ ଟଙ୍କା ପ୍ରଦାନ କରୁଥିଲେ | ହେଲେ ବର୍ତମାନ ର ଡବଲ ଇଂଜିନ ସରକାର ଙ୍କ ର ଡବଲ ଧମାକା | ଶ୍ରମିକମାନେ କାମ କରନ୍ତୁ ବା ନ କରନୁ ତାଙ୍କ ନାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ମିଥ୍ୟା ମଷ୍ଟର ରୁଲ ପ୍ରସ୍ତୁତ କରାଯାଇ
Article Image
ବିଭାଗୀୟ ଯନ୍ତ୍ରୀ, ଏବଂ ଏ ଡ଼ି ଓ, ଲୋକ ପ୍ରତିନିଧି ଙ୍କ ପ୍ରରୋଚନା ରେ ପଡି ମିଛି ମିଛିକା ମଷ୍ଟରରୋଲ ପ୍ରସ୍ତୁତ କରି ସରକାରୀ ଅର୍ଥ ଚଳୁ କରିବାରେ ମାହିର ସାଜିଛନ୍ତି | ଯାହାକୁ ନେଇ ଏବେ ଜନ ସାଧାରଣ ଙ୍କ ମଧ୍ୟ୍ୟ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି | ସରକାର ଏହା ର ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି |ଖବର ନେବାରେ ଜଣା ଯାଇଛି ଏରସମା ବ୍ଲକ ସୋମପୁର ପଞ୍ଚାୟତ ହରିପା ଗ୍ରାମରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଆଦୌ କାର୍ଯ୍ୟ କରାନଯାଇ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଚଞ୍ଚକତା କରି ଦଶ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ଶ୍ରମିକମାନଙ୍କ ନାମରେ ମିଥ୍ୟା ମଷ୍ଟର ରୁଲ ପ୍ରସ୍ତୁତ କରି ହଡପ କରିଥିବା ହରିପା ଗ୍ରାମବାସୀ ମାନେ ଏରସମା ବିଡ଼ିଓ, ଙ୍କ ନିକଟରେ ଦାବୀ କରିବା ସହିତ ଅର୍ଥ ହଡପ ରେ ସମ୍ପୃକ୍ତ ଥିବା ଅଧିକାରୀ ଙ୍କ ବିରୋଧ ରେ ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Article Image