Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପ୍ରସିଦ୍ଧ ତାଳଢିହ ରାମଲୀଳାର ଦଶମ ସନ୍ଧ୍ୟା | ମୃଗ ବାହୁଡା଼ ଓ ଶବରୀ ଭେଟ | ନିଆରା ପରମ୍ପରା ମହିଳାମାନେ ବରପ୍ରାପ୍ତ ପାଇଁ ଉପବାସ ରୁହନ୍ତି | 3

ଟାଙ୍ଗୀ , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରସିଦ୍ଧ ତାଳଢିହ ରାମଲୀଳାର ଦଶମ ସନ୍ଧ୍ୟା | ମୃଗ ବାହୁଡା଼ ଓ ଶବରୀ ଭେଟ | ନିଆରା ପରମ୍ପରା ମହିଳାମାନେ ବରପ୍ରାପ୍ତ ପାଇଁ ଉପବାସ ରୁହନ୍ତି |
Article Image
ଟାଙ୍ଗୀ ୦୦୫|୦୫ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ତାଳଢିହ‌ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ପ୍ରସିଦ୍ଧ ରାମଲୀଳା ପୌରାଣିକ ଗାଥା ରବିବାର ହେଉଛି ଦଶମ ସନ୍ଧ୍ୟା | ଏହି ପୌରାଣିକ ଗାଥାରେ ଯେତେବେଳେ ଲଙ୍କେଶ୍ୱର୍ ରାବଣ ମାତା ସୀତାଙ୍କୁ ହରଣ କରି ପୁଷ୍ପକ ବିମାନରେ ନେବାବେଳେ ପକ୍ଷୀରାଜ ଜଟାୟୁ ସହିତ ଯୁଦ୍ଧ ହୁଏ ଓ ରାବଣ ପକ୍ଷୀରାଜର ପକ୍ଷୀ ଚ୍ଛେଦନ କରିଦିଅନ୍ତି | ଲଙ୍କେଶ୍ଵର୍ ମାତା ସୀତାଙ୍କୁ ସତସମୁଦ୍ର ପାରକରି ଲଙ୍କାରେ ଅଶୋକ ବାଟିକାରେ ତ୍ରିଜଟାଙ୍କୁ ପ୍ରହାର କରି ମାତା ସୀତାଙ୍କୁ ବନ୍ଦୀ ରଖିଥିଲେ | ସେପଟେ ମାତା ସୀତାଙ୍କ ଅନ୍ୱେଷଣରେ ପ୍ରଭୁ ଶ୍ରୀରାମ ଅରଣ୍ୟ ଅରଣ୍ୟ ବୁଲି ଲକ୍ଷ୍ମଣ ସହିତ ଦେଖା ହୁଏ | ରାମ ଓ ଲକ୍ଷ୍ମଣ ଖୋଜାଖୋଜି ପରେ ପକ୍ଷୀରାଜ ଜଟାୟୁ ସହିତ ଭେଟ ହୁଏ ଓ ପକ୍ଷୀରାଜ ଶ୍ରୀରାମଙ୍କୁ ମାତା ସୀତାଙ୍କୁ ରାବଣ ପୁଷ୍ପକ ବିମାନରେ ହରଣ କରି ନେଇଯାଇଛି ବୋଲି କହିଲା ପରେ ଶ୍ରୀରାମ ଜଟାୟୁକୁ ଅନ୍ତିମସଂସ୍କାର କରି ଅରଣ୍ୟରେ ବୁଲିବା ବେଳେ କବନ୍ଦ୍ ରାକ୍ଷସ ସହିତ ଭେଟ ହୁଏ ଓ ଯୁଦ୍ଧରେ ନିହତ ହୁଏ ମୁକ୍ତିପ୍ରାପ୍ତ ଲାଭ ହୁଏ | ରାକ୍ଷସ କବନ୍ଦ ପ୍ରଭୁ ଶ୍ରୀରାମଙ୍କୁ ଶାବରୀର ସନ୍ଧାନ ଦିଏ, ପ୍ରଭୁ ଶ୍ରୀରାମ ଶାବରୀ ସହିତ ଭେଟ ହୁଏ ଓ କିସ୍କିନ୍ଦାର ସୁଗ୍ରୀବର ଅନୁସନ୍ଧାନ ନିମନ୍ତେ କିସ୍କିନ୍ଦା ଅଭିମୁଖେ ଯାତ୍ରା କରନ୍ତେ | ଏହି ୧୦୦ ବର୍ଷର ପୌରାଣିକ ନିଆରା ପରମ୍ପରା ଅନୁଯାୟୀ ମହିଳାମାନେ ନିଜ ସନ୍ତାନର ଆରୋଗ୍ୟ କାମନା,ସନ୍ତାନ ପ୍ରାପ୍ତ ପାଇଁ ତଥା ପିଲାର ଭବିଷ୍ୟତ କାମନା ପାଇଁ ମହିଳାମାନେ ଉପବାସ ରହି ପ୍ରଭୁଙ୍କୁ ବର ମାଗିଥାନ୍ତି ପିଲା ଭଲ ହୋଇଗଲେ ତାକୁ ମହାପ୍ରଭୁଙ୍କ ଶରଣରେ ସମର୍ପଣ କରନ୍ତି | ଏହି ହୃଦୟସ୍ପର୍ଶି ଓ ଭକ୍ତିମୟ ଦୃଶ୍ୟ ଦେଖିବାକୁ ଭକ୍ତଙ୍କର ସମାଗମ ହୋଇଥିଲା | ରାମ ଭୂମିକାରେ ବୁଲୁ ବରାଳ, ଲକ୍ଷ୍ମଣ ଭୂମିକାରେ କୁନାଲ ପ୍ରଧାନ, ସୀତା ଭୂମିକାରେ ଅମିତ୍ ସାହୁ, କବନ୍ଦ ଅସୁର ଭୂମିକାରେବିଚିତ୍ରାନନ୍ଦ ପ୍ରଧାନ ଓ ଶବରୀ ଭୂମିକାରେ ବସନ୍ତ ବେହେରା ତଥା ଗା�ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ ବିକ୍ରମ ଓଡିଶା ନିୟୁଜ
Article Image