Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଚୋରା ମଦ ବ୍ୟବସାୟ ବନ୍ଦ ପ୍ରତିବାଦ ରେ ଗଙ୍ଗଦା ମୁଖ୍ୟରାସ୍ତା କୁ ଅବରୋଧ କଲେ ସ୍ଥାନୀୟ ବାସି

ନାଉଗାଁ ୫/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଚୋରା ମଦ ବ୍ୟବସାୟ ବନ୍ଦ ପ୍ରତିବାଦ ରେ ଗଙ୍ଗଦା ବଜାର ମୁଖ୍ୟ ରାସ୍ତା କୁ ଦୀର୍ଘ ସମୟ ଧରି ଅବରୋଧ କଲେ ସ୍ଥାନୀୟ ବାସୀ l ସୂଚନା ମୁତାବକ ଦୀର୍ଘଦିନ ଧରି ଗଙ୍ଗଦା ବଜାର ଅଞ୍ଚଳ ରେ ଚୋରା ମଦ କାରବାର ବୃଦ୍ଧି ପାଇବା ଯୋଗୁଁ, ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ସମୟରେ ସାଧାରଣ ଲୋକ ମାନଙ୍କୁ ଆତଙ୍କୀତ କରାଇବା ସହିତ, ଆକ୍ରମଣ କରିବାକୁ ମଧ୍ୟ ପଛଉ ନାହାନ୍ତି, ଯାହାକି ଆଜି ମଧ୍ୟ କୋରୁଅ ଅଞ୍ଚଳର ଜଣେ ଯୁବକ ଏକ ମାର୍ବଲ ମିଶ୍ତିରିକୁ ଖୁରରେ ଆକ୍ରମଣ କରି ଏକ ମୋବାଇଲି ଫୋନ ଲୁଟ କରିଥିବା ନେଇ ମଧ୍ୟ ନାଉଗାଁ ଥାନାରେ ଏକ ଅଭିଯୋଗ ହୋଇଛି l ତେବେ ଏହି ପରି ବାରମ୍ବାର ଘଟଣା କୁ ବଜାର ଥିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ନାଉଗାଁ ଥାନାରେ ଅଭିଯୋଗ କରାଯାଉ ଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଟାନ ନିଆ ନଯିବା କାରଣ ରୁ ଆଜି ଗଙ୍ଗଦା ବଜାର ର ମୁଖ୍ୟ ରାସ୍ତା କୁ ସ୍ଥାନୀୟ ଲୋକେ ଓ ସ୍ଥାନୀୟ ଦୋକାନୀ ଦୀର୍ଘ ସମୟ ଧରି ବନ୍ଦ କରି ରଖିବା ସହିତ ନାଉଗାଁ ପୋଲିସ ବିରୁଦ୍ଧରେ ନାରାବାଜି ଦେଇଥିଲେ l ଅନ୍ୟପଟେ ଘଟଣା ସ୍ଥଳରେ ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଁଚି ଚୋରା ବେପାରୀ ଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଆଜି କୋରୁଆ ଅଞ୍ଚଳ ରେ ହୋଇଥିବା ଆକ୍ରମଣ ଘଟଣା ରେ ଆକ୍ରମଣ କାରି କୁ ଗିରଫ କରିବା ନେଇ ପ୍ରତିସ୍ମୃତି ଦେବା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କୁ ପ୍ରତ୍ୟାହୃତ କରିଥିବା ର ଦେଖା ଯାଇଛି l