କାକଟପୁର, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ପିଏମ ଶ୍ରୀ ସ୍କୁଲ ରେ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

କାକଟପୁର ୫/୫:- ( ତୁଷାର ଦୀକ୍ଷିତ ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ )ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ୨୦୨୪-୨୫ଶିକ୍ଷା ବର୍ଷର ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏ ୱାନ ଓ ଏ ଟୁ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀଙ୍କ ମଧ୍ୟରେ କାକଟପୁର ବ୍ଲକ ଟପ୍ପର ହୋଇଛନ୍ତି ଆଦ୍ୟା ଆହୁତି ନାୟକ। ମୋଟ ୬୦୦ନମ୍ବର ରୁ ୫୬୦ନମ୍ବର ରଖି ବିଦ୍ୟାଳୟ ପାଇଁ, ତଥା କାକଟପୁର ଅଞ୍ଚଳ ପାଈଁ ଗୌରବ ଆଣିଛନ୍ତି।ଖବର ମୁତାବକ ସୋମବାର ପୂର୍ବାହ୍ନରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ରୀନାଲତା ପରିଡା, ଆଲୁମିନି କମିଟି ଅଧ୍ୟକ୍ଷ ଶିକ୍ଷାବିତ ସ୍ଵପ୍ନେଶ୍ଵର ସାହୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନସ ଦୀକ୍ଷିତ , ସୁରେନ୍ଦ୍ର ମାଣିକ,ବିଭୁ ପ୍ରସାଦ ମହାନ୍ତି, ପ୍ରଭାତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ କାକଟପୁର ବ୍ଲକରେ ଟପ୍ପର ହୋଇଥିବା ଆଦ୍ୟା ଆହୂତି ନାୟକ (୫୬୦)ଙ୍କ ସହ ରୁଦ୍ରଭାନୁ ପରିଡା (୫୪୭), ତ୍ରିନାଥ ସାହୁ (୫୪୪), ଏ ଟୁ ଗ୍ରେଡ଼ ହୋଇଥିବା ସ୍ୱାତୀ ଜେନା (୫୩୮), ଦିଶାନ୍ତ ବରାଳ (୫୩୧), ପୂର୍ଣ୍ଣନ୍ସୀ ପ୍ରିୟଦର୍ଶନୀ ନାୟକ (୫୨୦), ପ୍ରେମ ପ୍ରୟାଗ ସ୍ୱାଇଁ (୫୧୮), ଅନନ୍ୟା ଜେନା (୫୧୫), ପ୍ରାଚୀ ପ୍ରଜ୍ଞା ବେହେରା (୫୦୯)ଜସ୍ମିନ ଯାହା ବେଗମ୍ (୫୦୪), ଜିଜ୍ଞାସା ବେହୁରା (୪୯୨), ବିଦୁସ୍ମିତା ସାମଲ (୪୯୧), ପ୍ରିୟଦର୍ଶନୀ ଦାଶ (୪୮୨)ନମ୍ବର ରଖିଥିବା ବେଳେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ର,ଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଈ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହା ସହିତ ବ୍ଲକ ଟପ୍ପର ହୋଇଥିବା ଆଦ୍ୟା ଆହୂତି ନାୟକଙ୍କ ମାଆ , ଯାହା ଙ୍କ ପ୍ରେରଣା ରେ ସେ ଆଜି ଏ ସ୍ଥାନ ରେ ପହଞ୍ଚିଛନ୍ତି,ଶ୍ରୀମତୀ ଇଭା ରାଣୀ ନାୟକ ଙ୍କୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ ଉତ୍ତରୀୟ ଦେଈ ସମ୍ବର୍ଦ୍ଧିତ କରିଥିଲେ । ଭବିଷ୍ୟତ ରେ ଜଣେ ଦକ୍ଷ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବା ପାଈଁ ଲକ୍ଷ୍ୟ ରଖିଥିବା ଆଦ୍ୟା ଆହୂତି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ସହକାରୀ ଶିକ୍ଷକ ପ୍ରତାପ ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ପିତଵାସ ଦୀକ୍ଷିତି ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଥିବା ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି ମହୋତ୍ସବ କୁ ପାଳନ କରିବା ସହିତ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
