Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ ନୁହେଁ’: ସ୍ପଷ୍ଟ କଲେ ଗଜପତି ମହାରାଜା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ଦୀଘା ଜଗନ୍ନାଥ ମନ୍ଦିର 'ଜଗନ୍ନାଥ ଧାମ' ନୁହେଁ । ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା । ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି। ମୁକ୍ତି ମଣ୍ଡପ ମତକୁ ଆଧାର କରି ମତ ରଖିଲେ ଗଜପତି ମହାରାଜା । ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ ବାରଣ। ଅନ୍ୟ କୌଣସି ଧାତୁ ବା ଶୀଳାରେ ନିର୍ମାଣ କରି ପୂଜା କରିବା ଉଚିତ ନୁହେଁ ସେପଟେ ରାଜ୍ୟ ସରକାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପ୍ରଚାର କରିବା ଉପରେ ଆପତ୍ତି ଉଠାଉଥିବାବେଳେ ଆଜି ଦୀଘାରେ ଲାଗୁଥିବା ଜଗନ୍ନାଥ ଧାମ ନାମ ଫଳକ ହଟାଇଦିଆଯାଇଛି। ତେବେ ବିବାଦ ମଧ୍ୟରେ, ଓଡ଼ିଶା ସରକାର ରବିବାର ଦିନ ଜଗନ୍ନାଥ ଧାମ ହଟାଇବା ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଏକ ଚିଠି ପଠାଇବାକୁ ଚାହୁଁଥିବା ନେଇ ମତ ଆସିବା ପରେ, ଏହି ପଦକ୍ଷେପ ସାମ୍ନାକୁ ଆସିଛି। କିନ୍ତୁ ମନ୍ଦିରର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏବେ ବି ଜଗନ୍ନାଥ ଧାମ ଲେଖା ହୋଇଛି।