Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟନିମାପଡା କୁ ହରାଇ ପୁରୀ ପୟୋନିଅର ସେମିରେ

କାକଟପୁର 27/4 କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଚାଲିଥିବା କାକଟପୁର ୟୁଥ କ୍ଳବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ତୃତୀୟ କ୍ଵାଟର ଫାଇନାଲ ଦିବସରେ ନିମାପଡା କ୍ରିକେଟ କ୍ଳବ କୁ ହରାଇ ପୁରୀ ପୟୋନିଅର କ୍ରିକେଟ କ୍ଳବ ସେମି ରେ ପ୍ରବେଶ କରିଛି l ପ୍ରଥମେ ନିମାପଡା କ୍ରିକେଟ କ୍ଳବ ଟଚ ଜିତି ନିର୍ଦ୍ଧାରିତ (20) ଓଭର ରେ ସମସ୍ତ ଉଇକେଟ ହରାଇ (113) ରନ ସଂଗ୍ରହ କରିଥିଲା l (114) ରନ ର ବିଜୟ ଲକ୍ଷ ନେଇ ପୁରୀ ପୟୋନିଅର (18) ଓଭର ରେ (6) ଉଇକେଟ ହରାଇ (115) ରନ ସଂଗ୍ରହ କରି ବିଜୟୀ ହୋଇ ସେମି ରେ ପ୍ରବେଶ କରିଛି l ଦଳ ପକ୍ଷରୁ ଦିନେଶ ସାହୁ ସର୍ବାଧିକ (37) ରନ ସଂଗ୍ରହ କରି (2) ଉଇକେଟ ଅକ୍ତିଆର କରିଥିଲେ ଓ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିଲେ l ଖେଳ ପରିଚାଳନା କରିଥିଲେ ପ୍ରମୋଦ ସିହ୍ନା ଓ ଦେବେନ୍ଦ୍ର ମିଶ୍ର l ଅତିଥି ଭାବେ କ୍ଳବ ର ଉପଦେଷ୍ଟା ପ୍ରଦୀପ କୁମାର ପଣ୍ଡା,ନିମାପଡା କ୍ଳବ ସଭାପତି ମାତୃକା ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ମହାନ୍ତି ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ l ଆୟୋଜିତ କ୍ଳବ ପକ୍ଷରୁ ଅଭିଷେକ, ଅରିନ, ଡେଭିଡ, ବବୁଲ, ଜଗନ, ଚନ୍ଦନ, ପବିତ୍ର, ସ୍ମୃତି ଓ ସୂର୍ଯ୍ୟକାନ୍ତ ସହଯୋଗ କରିଥିଲେ l ସୋମବାର ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ପଞ୍ଚସଖା କ୍ରିକେଟ କ୍ଳବ ସାକ୍ଷୀଗୋପାଳ ଓ ମଙ୍ଗଳା କ୍ରିକେଟ ଏକାଡ଼ମୀ କାକଟପୁର ମଧ୍ୟରେ ହେବ ବୋଲି ପିଚ କ୍ଯୁରେଟର ଧିରେନ ଚାନ୍ଦ,ମାଷ୍ଟର ଟୁଲୁ ପ୍ରକାଶ କରିଛନ୍ତି l