Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଡିଜାଇନ୍ ଡ୍ରେସ୍ କୁ ନେଇ ଆଜି ଏକ ନୁତନ ଡ୍ରେସ୍ ସୋରୁମ୍ ର ଶୁଭ ଉଦଘାଟନ 1

ଜଗତସିଂହପୁର , 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ସଦରମହକୁମା ସ୍ଥାନୀୟ ସାନବଜାର ସ୍ଥିତ ସେଣ୍ଟ୍ରାଲ ମାର୍କେଟ୍‌ ରେ ଥିବା ଆକ୍ସିସ ବ୍ୟାଙ୍କ୍ ସମ୍ମୁଖରେ ଖୋଲିଲା ଏମ୍ ଏମ୍ ଫ୍ୟାସନ୍ ନାମକ ଏକ ନୂତନ ଡ୍ରେସ ଦୋକାନ । ମାର୍କେଟ ର ଚାହିଦା ଏବଂ ଜଗତସିଂହପୁର ବାସୀ ଙ୍କ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଡିଜାଇନ୍ ଡ୍ରେସ୍ କୁ ନେଇ ଆଜି ଏକ ନୁତନ ଡ୍ରେସ୍ ସୋରୁମ୍ ର ଶୁଭ ଉଦଘାଟନ ହୋଇଯାଇଛି l ଜଗତସିଂହପୁର ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏ‌ହି ଡ୍ରେସ୍ ହାଉସ୍ ର ଶୁଭ ଉଦ୍ଘାଟନ କରିଥିଲେ। ଉକ୍ତ ଉଦଘାଟନୀ ସମାରୋହରେ ସ୍ଥାନୀୟ ଅଞ୍ଚଳର କିଛି ନୁଆ ଗରାଖ ଓ ଅନେକ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ। ଦୋକାନ ମାଲିକଙ୍କ କହିବା ଅନୁସାରେ, ଏଠାରେ ସମସ୍ତ ପ୍ରକାର ନୂତନ ଡିଜାଇନର ପୋଶାକ ମିଳିବା ସହିତ ସ୍ତ୍ରୀ ଲୋକ ଝିଅ ପିଲା ଓ ପୁରୁଷ ଲୋକ, ଯୁବକ ମାନଙ୍କ ପାଇଁ ବିଶେଷ ଆକର୍ଷଣୀୟ ମନଲୋଭା ଡ୍ରେସ୍ , ବାହାଘର ପାର୍ଟି ଉଇଅର ଡ଼୍ରେସ ସହ ଭଲ ରିହାତି ରେ ମଧ୍ୟ ପାଇପାରିବେ। ପ୍ରଥମ ଦିନରେ ଗରାଖ ମାନଙ୍କର ଭିଡ ଜମିଥିବାର ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଗରାଖ ଙ୍କ ପାଇଁ ରିହାତି ଦରରେ ମିଳୁଥିବା ନେଇ ମନରେ ଉସ୍ଛାହ ଦେଖିବାକୁ ମିଳିଥିଲା। ତେବେ ଆପଣମାନେ ଥରେ ଆସନ୍ତୁ ମନଭରି । ମନ ପସନ୍ଦର ଡ୍ରେସ୍ କିଣନ୍ତୁ ଏବଂ କମଦରରେ ପାନ୍ତୁ।ଜଗତସିଂହପୁର ଜିଲ୍ଲା ରୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ରିପୋର୍ଟ
Article Image