Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା ରାମଚଣ୍ଡୀ ଯୁବ ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି. ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେପୁର ମା ରାମଚଣ୍ଡୀ ଯୁବ ପରିଷଦ ଜଳଧର ପକ୍ଷରୁ ଷଷ୍ଠ ବାର୍ଷିକ ମୁକ୍ତମଞ୍ଚ ନାଟକ ଉଦ୍ଘାଟନ ହୋଇଯାଇଅଛି.ଯୁବ ପରିଷଦ ର ସଭାପତି ଶ୍ରୀଯୁକ୍ତ ବିଭୁ ପ୍ରସାଦ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା ଯୋଗ ଦେଇ ଉଦ୍ଘାଟନ କରିଥିଲେ.ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ଶ୍ରୀଯୁକ୍ତ ତପନ ତ୍ରିପାଠୀ, ଭରତ ଚନ୍ଦ୍ର ସ୍ୱାଇଁ,ଯୁବ ସରପଞ୍ଚ ଶ୍ରୀଧାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ, ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ଦେଖିବା ପାଇଁ ହଜାର ହଜାର ଦର୍ଶକ ନାଟକ ଟିକୁ ଉପଭୋଗ କରିଥିଲେ. ମଞ୍ଚରେ ଅତିଥି ଗଣ ନିଜ ନିଜର ବକ୍ତ୍ୟବ ରେ କହିଥିଲେ ଆଗାମୀ ବର୍ଷ ପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ରହିବ, ମା ରାମଚଣ୍ଡୀ ଯୁବ ପରିଷଦ ର ସଭାପତି ନେତୃତ୍ୱରେ ମୁକ୍ତ ମଞ୍ଚ ନାଟକ ଦେଖିବା ପାଇଁ ଆସୁଥିବା ଦର୍ଶକ ମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ନାଟକ ଟିକୁ ଆରମ୍ବ ରୁ ଶେଷ ପର୍ଯ୍ୟନ୍ତ ବସି ଦେଖିବେ ସେଥିପାଇଁ କମିଟି ତରଫରୁ ସୁ ଵେବସ୍ତା କରାଯାଇଥିଲା.