Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 06/05/2025, ବିକ୍ରମ ଓଡ଼ିଶା ନିୟୁଜ: କାଲି ୪ଟାରେ ବାଜିବ ମକ୍ ଡ୍ରିଲ୍ ପାଇଁ ସାଇରନ୍ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ )ଆସନ୍ତାକାଲି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଓଡ଼ିଶାର ୧୨ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ହେବ ମକ୍ ଡ୍ରିଲ। ଆସନ୍ତାକାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ।ମକଡ୍ରିଲ୍ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଭ୍ୟାସ । ସାଇରନ୍ ବାଜିଲେ କଣ କରିବେ, ସେନେଇ କରାଯାଉଛି ସଚେତନ । ସାଧାରଣ ଲୋକଙ୍କୁ ଦିଆଯାଉଛି ତାଲିମ୍ । ଓଡ଼ିଶାର ୧୨ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ହେବ। ଏହା ସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।