Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ପୁରୀରେ NSGର ୪ ଜଣିଆ ଟିମ୍ । ସୁରକ୍ଷା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପୁରୀ ଏସ୍ପିଙ୍କ ସହ ଆଲୋଚନା ।
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ NSG ଟିମ୍ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମ୍ର ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଅନୁଧ୍ୟାନ କରିବେ । ପୁରୀ ଏସ୍ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ NSG ଟିମ୍ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିଛି।ପହଲେଗାମ୍ ଆକ୍ରମଣ ପରେ ଏନଏସଜି ଟିମ ପୁରୀରେ ପହଞ୍ଚି ଥିବା ବେଳେ ସୁରକ୍ଷା ନେଇ ଆଲୋଚନା । ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ଆଲୋଚନା ହୋଇପାରେ