Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 06/05/2025, ବିକ୍ରମ ଓଡ଼ିଶା ନିୟୁଜ: ଏକାବେରୁଆଁ ଓ ସିଠାଳ ଗ୍ରା. ପ. କୁ ଜଗତସିଂହପୁର ଜିଲ୍ଲା ରେ ସାମିଲ କରିବାକୁ ଦାବୀ |~~~~~~~~~~~~~~~~
ସରକାର ପ୍ରଶାସନିକ ସୀମା ନିର୍ଦ୍ଧାରଣ ପାଇଁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଜୁନ ତିରିଶି ତାରିଖ କୁ ସମୟ ସୀମା ରଖିଛନ୍ତି |ସେଥିପାଇଁ ସମସ୍ତ ଅଧିକାରୀଙ୍କୁ ରାଜସ୍ବ ବିଭାଗ ତରଫରୁ ନିର୍ଦେଶ ଦିଆଯାଇଛି |ସିଠାଳ ଓ ଏକାବେରୁଆଁ ଗ୍ରାମ ପଂଚାୟତ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଛଅ କିମି ଦୂରତା ରେ ଅବସ୍ଥିତ |ଏହା ବର୍ତମାନ କଟକ ଜିଲ୍ଲା ର ନିଆଳି ବ୍ଲକ ଅଧୀନରେ ଅଛି |ଏହା ବ୍ଲକ ସଦର ମହକୁମା ଠାରୁ 19କିମି ଓ ଜିଲ୍ଲା ସଦର ମହକୁମା ଠାରୁ ଷାଠିଏକିମି ଦୂରରେ ଅବସ୍ଥିତ |, ଦୀପାଞ୍ଚଳ ର କିଛି ପଂଚାୟତ ବିଶେଷ କରି ସିଠାଳ ଦୀପାଞ୍ଚଳ ର ଦୁଇଟି ପଂଚାୟତ କୁ ଜଗତସିଂହପୁର ଜିଲ୍ଲାରେ ସାମିଲ କରିବାକୁ ଏକାବେରୁଆଁ ପଂଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ ଗଣ ମାଧ୍ୟମ ଜରିଆରେ ସରକାର ଙ୍କୁ ଦାବୀ କରିଛନ୍ତି |