Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 25/04/2025, ବିକ୍ରମ ଓଡ଼ିଶା ନିୟୁଜ: T 20 କାକଟପୁର କପ ଉଦଘାଟିତ

କାକଟପୁର 25/4 ( ତୁଷାର ଦୀକ୍ଷିତ ) ଆଜି କାକଟପୁର ପଛ ପଡିଆ ମିନି ଷ୍ଟାଡିଅମ ଠାରେ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ସ୍ମାରକୀ ଉଦ୍ଘାଟନ ହୋଇ ଯାଇଛି, ଉଦ୍ଘାଟନ ଉତ୍ସବ ରେ ପ୍ରଥମେ ଆତଙ୍କବାଦୀ ଙ୍କ ଦ୍ୱାରା ଆକ୍ରମଣ ରେ ମୃତ୍ୟୁ ହୋଇଥିବା ପର୍ଯ୍ୟଟକ ଙ୍କ ସହିତ ତୁଷାର କାନ୍ତି ମହାନ୍ତି ଙ୍କ ପାଇଁ ଦୁଇ ମିନଟ ନୀରବ ପ୍ରାଥନା ପରେ ଏହି ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀଧର ନାୟକ, କାକଟପୁର ମଙ୍ଗଳା ମହା ବିଦ୍ୟାଳୟ ର ଅଧ୍ୟାପକ ସଂଗ୍ରାମ ଛାଟୋଇ , ସୁନୀଲ ମହାନ୍ତି, ସୂବେନ୍ଧୁ ସେନାପତି,ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଦୁଇ ଦଳର ଖେଳାଳୀ ମାନଙ୍କ ସହିତ କରମର୍ଦନ କରିଥିଲେ,ପଡିଆରେ ଜାତୀୟ ସଂଗୀତ ଗାନ କରା ଜାଇ ଖେଳ ଉଦ୍ଘାଟନ ହୋଇଥିକା, ପ୍ରଥମେ ଟସ ଜିତି ଉଗ୍ରତାର କ୍ରିକେଟ କ୍ଳବ ( ଚନ୍ଦନ ପୁର) ବ୍ୟାଟିଂ କରି ନିର୍ଧାରିତ 15 ଓଭର ରେ 153 ରନ କରିଥିଲା, ଦଳ ପକ୍ଷ୍ୟରୁ ଶକ୍ତି ସୋରୂପ ଦାସ 30 ଟି ବଲ ରେ 58 ରନ ସଂଗ୍ରହ କରିଥିଲେ, ଦ୍ୱିତୀୟ ଇନିଂସ ରେ 153 ରନ ର ବିଜୟ କୁ ଲକ୍ଷ୍ୟ କରି 15 ଓଭର ରେ 8 ୱେକେଟ ବିନିମୟରେ 123 ରନ ସଂଗ୍ରହ କରି ଶୋଭର୍ସ ସ୍ପଟିଙ୍ଗ ପରାଜୟ ହୋଇଥିଲେ, ମ୍ୟାନ ଅଫ ମ୍ୟାଚ ଭାବେ ଶକ୍ତି ସୋରୂପ ଦାସ ଙ୍କୁ ଘୋଷଣା କରାଯାଇଥିଲା, କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦେଇଥିବା ବେଳେ ଅମପେୟାର ଭାବେ ରଂଜିତ ମହାରଣା ଓ ତ୍ରିଭୁବନ ଦାସ ଖେଳ ପରିଚାଳନା କରିଥିଲେ, ସ୍କୋରର ଭାବେ ଦାୟନିଧି, ପ୍ରକାଶ, ପିକୁଲା, ବବୁଲ,ଡେଭିଡ ଥିଲାବେଳେ ଭାଷ୍ୟକାର ଭାବେ ପ୍ରଦୀପ କୁମାର ପଣ୍ଡା ଦାଇତ୍ୱ ତୁଲାଇ ଥିଲେ ଆସନ୍ତା କାଲି ମହାବୀର ସ୍ପଟିଙ୍ଗ ପୁରୀ ସହିତ ଗୋପାଳଜୀଉ ସ୍ପଟିଙ୍ଗ ଗୋପ ସହିତ ଖେଳ ହେବ ବୋଲି କ୍ଳବ ର ସଭାପତି ମାଷ୍ଟର ଟୁଲୁ ଙ୍କ ଠାରୁ ସୂଚନା,
