Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୫ ତମ ଜୟନ୍ତୀ ସମାରୋହ ପାଳିତ)ଜଗତସିଂହପୁର
ତା =7/5/25କାଳଜୟୀ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ୭୫ ତମ ଜୟନ୍ତୀ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଛି l ସ୍ମୃତି ପରିଷଦର ସଭାପତି ଅଲେଖ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପରିଷଦର ସାଧାରଣ ସମ୍ପାଦକ ସରୋଜ କୁମାର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଓ ସମ୍ମାନନୀୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ପୌର ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ନାଟ୍ୟକାର କୈଳାସ ମଲ୍ଲିକ, ଅବସରରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ନାଟ୍ୟକାର ସୁଧାକର ଦ୍ବିବେଦୀଙ୍କ ସୃଷ୍ଟି ସମ୍ଭାର ଓଡ଼ିଆ ଯାତ୍ରା ଜଗତକୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ l ୭୫ ବର୍ଷକୁ ଅଧିକ ସ୍ମରଣୀୟ କରିବା ପାଇଁ ୭୫ଟି ଦୀପ ପ୍ରଜ୍ବଳନ କରାଯିବା ସହ ସ୍ମୃତିପତ୍ର ସୁଦ୍ଧାସୌରଭ ଉନ୍ମୋଚନ କରାଯାଇଥିଲା l ଶେଷରେ କୋଷାଧ୍ୟକ୍ଷ ରବି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଳ
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ