Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ବଡିଲା କାର୍ଯ୍ୟ ବିରତି ଆନ୍ଦୋଳନ ଘଣ୍ଟାଏ ବଦଳ ରେ ଦୁଇଘଣ୍ଟା କାମ ବନ୍ଦ କରି କରିବେ ଆନ୍ଦୋଳନ ଏହାପାଇଁ ସମ୍ପୂର୍ଣ ଦାଇ A M N S ନିପନ୍ ଷ୍ଟିଲ

ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ AM/NS କମ୍ପାନୀ ର ମନ ମାନି ବିରୋଧରେ ବିଭିନ୍ନ ଦାବି ନେଇ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ର ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ ଓ ପ୍ରତିବାଦ ଦଶ ଦିନରେ ପହଞ୍ଚିଲା। ମୂଖ୍ୟତଃ ଶ୍ରମିକ ଙ୍କ ଦରମା ବୃଦ୍ଧି, ବେଆଇନ ଛଟେଇ, ଇପିଏଫ୍/ଇଏସ୍ଆଇ, ଡଷ୍ଟ ଆଲାଉନ୍ସ ଓ ଗେଟ୍ ପାସ୍ ଏହିଭଳି ବିଭିନ୍ନ ଦାବି ନେଇ କମ୍ପାନୀ କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି କର୍ଣ୍ଣପାତ କରୁନାହାନ୍ତି। ତେଣୁ ବାଧ୍ୟ ହୋଇ ପୂର୍ବ ଉପକୂଳ ଶ୍ରମିକ ସଂଘ ପକ୍ଷରୁ ଶହଶହ ଶ୍ରମିକ ଙ୍କୁ ନେଇ କମ୍ପାନୀ ର ମୂଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଦିବାଦ ଜଣାଇଛନ୍ତି ଶ୍ରମିକ। ଏହି ଶାନ୍ତି ପୂର୍ଣ୍ଣ ପ୍ରତିବାଦ କୁ କମ୍ପାନୀ କର୍ତ୍ତୃପକ୍ଷ ଶୁଣୁ ନଥିବା ରୁ ଆଜିଠାରୁ ସିପ୍ଟ ଡିୟୁଟି ପରମିଟ୍ ପାଇବା ପରେ କାର୍ଯ୍ୟ ସ୍ଥଳରେ ଅସହଯୋଗ କରିବା ସହିତ ଦୁଇଘଣ୍ଟା କାର୍ଯ୍ୟ ବନ୍ଦ ରଖିବେ ବୋଲି ଧରି ସଂଘ ପକ୍ଷରୁ କୁହାଯାଇଛି । ଯଦି ଖୁବଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକ ସଂଘ ସହ ଆଲୋଚନା କରି ଦାବୀ ଗୁଡିକ ପୂରଣ ନକରେ ଆନ୍ଦୋଳନ କୁ ଆଗକୁ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତ