Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ନିରପୋଇ ଆଖଣ୍ଡଳମଣି ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତତିର୍ତ୍ତୋଲ-୭/୫-(ରିପୋର୍ଟ-ଟୁକନ ସେଠୀ)- ମହାନଦୀ ଚିତ୍ରୋପ୍ତଲା ଦିପାଞ୍ ଳ ର ପୁଣ୍ୟତୋୟା ପାଇକl ନଦୀର ତଟ ଦେଶରେ ନୀରପୋଇ ଠାରେ ବିରାଜିତ ବାବା ଆଖଣ୍ଡଳମଣି ମନ୍ଦିରରେ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଶନିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି। ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ତିତ ପ୍ରମୋଦ କୁମାର ପଣ୍ଡା ( ବୁଲୁ ନନା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପ୍ରତିଦିନ ଅଷ୍ଟଦିଗପାଳ ପୂଜା, ରୂଦ୍ରାଭିଶେକ, ଗୋପୁଜା , ସୂର୍ଯ୍ୟପୂଜା, ଶିବ ସହସ୍ରନାମ ପାଠ , ଗୀତା ପାଠ, ଚଣ୍ଡୀପାଠ ସହିତ ଯଜ୍ଞରେ ଆହୂତି ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମହାରାଷ୍ଟ୍ର ମୁମ୍ବାଇ ରୁ ସତ୍ୟବ୍ରତ ଜେନାମଣି, ଜଗନ୍ନାଥ ବେହେରା , ଦିନେଶ କୁମାର , ତାଳଚେର ମାଇନ୍ସ ର ଜୀବନ ଖୁଣ୍ଟିଆ , ଚଳଚ୍ଚିତ୍ର ନିର୍ଦ୍ଦେଶକ ଶୁଭକାନ୍ତ ଦାଶ , କଟକର ସୁବୋଧ ମହାପାତ୍ର , ଦୂରଦର୍ଶନ ପ୍ରସାର ଭାରତୀ ର ପ୍ରକାଶ ଜେନା, ନିଗମ , ଶିଳ୍ପପତି ଦିଲ୍ଲିପ କୁମାର , ଇଣ୍ଡିଆ ଟ୍ରାନ୍ସପୋର୍ଟ ର ଭବାନୀ ଶଙ୍କର ଦାଶ ଙ୍କ ସମେତ ମୂଲଚାନ୍ଦ ପାଣ୍ଡେ , ଡି ଏନ୍ ମିଶ୍ର , ବିଶ୍ୱଜିତ୍ ନନ୍ଦ , ରାମ ପ୍ରସାଦ ମୁଦୁଲି ଓ ଛତିଆ ବଟର ଜଗନ୍ନାଥ ଦାଶ ପ୍ରମୁଖ ଯୋଗଦେଇ, ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ସରସ୍ଵତୀ ନୃତ୍ୟ ଅନୁଷ୍ଠାନ ର ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ଓ ବିଶେଷ କରି ଝଙ୍କଡ଼ ସାରଳା ପୀଠ ରୁ ଆସିଥିବା ମା ସାରଳା ଘଟନୃତ୍ୟ ଉଦଯାପନୀ ସନ୍ଧ୍ୟାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ନିରପୋଇ ଗ୍ରାମବାସୀ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

