Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଅସ୍ତରଙ୍ଗ, 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ଫରେଷ୍ଟ ଭିଜିଲାନ୍ସ ୱିଙ୍ଗ ର କରତକଳ ଉପରେ ଅଚାନକ ଚଢ଼ାଉ, ଲକ୍ଷାଧିକ ଟଙ୍କା ର ଯନ୍ତ୍ର ପାତି କାଠ ଜବତ,
ପୁର୍ବରୁ ଚଢ଼ାଉ ହୋଇଥିବା କରତକଳ ଏବେବି କାର୍ଯ୍ୟକ୍ଷମ,

ଅସ୍ତରଙ୍ଗ୭/୫(ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ଠାରେ ଚାଲୁଥିବା ଏକ ବେଆଇନ କରତକଳ ଉପରେ କଟକ ଭୁବନେଶ୍ୱର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ, ଅସ୍ତରଙ୍ଗ ବନବିଭାଗ, କାକଟପୁର ପୋଲିସ ଓ ଅସ୍ତରଙ୍ଗ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ବୁଧବାର ସକାଳୁ ଅଚାନକ ଚଢାଉ କରାଯାଇଛି। ଏହି ଚଢ଼ାଉ ରେ ପାଖାପାଖି ଲକ୍ଷ ଲକ୍ଷ ଟଙ୍କା ର ମେସିନ ଓ କାଠ ଜବତ କରାଯାଇଛି।, ସୂଚନା ମୁତାବକ ଅସ୍ତରଙ୍ଗ କାକଟପୁର ଅଞ୍ଚଳ ରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅନେକ କରତକଳ ଚାଲିବା ଫଳରେ ଶହ ଶହ ଆକାଶିଆ, ଆମ୍ବ, ଜାମୁ, ଚାକୁଣ୍ଡା ଭଳି ଅନେକ ମୂଲ୍ୟବାନ ଗଛକଟାଯାଇ ଏଠି ପଟା ଚିରଟ କରାଯାଇ ବିଭିନ୍ନ ଆଡକୁ ସପ୍ଲାଇ ହେଉଛି। ତେଣୁ ଏହି କରତ କଳ ସମ୍ପର୍କ ରେ କୌଣସି ସୂତ୍ର ରୁ ଖବର ପାଇ କଟକ ଓ ଭୁବନେଶ୍ୱର ର ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ ର ୨ ମହିଳା ଏସିଏଫସାଧନା ସ୍ୱାଇଁ, ବବିତା ସୋରେନ ଙ୍କ ନେତୃତ୍ୱ ରେ ସ୍ୱତନ୍ତ୍ର ଟିମ୍, ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀଣୀ ମୋନାଲିସା ମହାପାତ୍ର ଙ୍କ ସହାୟତା ରେ ଚଢ଼ାଉ କରି ଗ୍ୟାସ କଟର ରେ ସମସ୍ତ ମେସିନ କାଟିବା ସହିତ ମୂଲ୍ୟବାନ ଜାମୁ ସହିତ ଚାକୁଣ୍ଡା କାଠ ଜବତ କରିଛି,ଏହି ଚଢ଼ାଉ ରେ ପାଖାପାଖି ୫୦ ରୁ ଉର୍ଦ୍ଧ କର୍ମଚାରୀ ସାମିଲ ହୋଇଥିଲେ ।ବନାଞ୍ଚଳ ଅଧିକାରୀଣୀ ଙ୍କ ସୂଚନା ମୁତାବକ ଅସ୍ତରଙ୍ଗ ତହସିଲଦାର ଙ୍କ ସହାୟତା ରେ ଜାଗା ର ରେକର୍ଡ ମଗାଯାଇ ଜାଗା ମାଲିକ ଙ୍କ ନାମରେ କେଶ ପଞ୍ଜିକରଣ କରାଯିବା ସହ ଜିଲ୍ଲା ଫରେଷ୍ଟ ଅଧିକାରୀ ଙ୍କ କୋର୍ଟ ରେ ବିଚାର କରାଯିବ।ବେଆଇନ ବିଦ୍ୟୁତ ସଂଯୋଗ, ବେ ଆଇନ ଗଛକଟା ଆଉ ଏହା ସହିତ ବେଆଇନ କରତକଳ ଉପରେ ଆଗକୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି, ବିଦ୍ୟୁତ ବିଭାଗ କର୍ମଚାରୀ ରେକେଶ ସାହୁ ମଧ୍ୟ ଏହି ଘଟଣା ଉପରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।କିନ୍ତୁ ଏଠି ପ୍ରଶ୍ନ ଉଠେ କି ବିଗତ ଦିନ ମାନଙ୍କରେ ଯେଉଁ କରତକଳ ଉପରେ ଚଢ଼ାଉ କରାଯାଇ ଯନ୍ତ୍ର ପାତି ଜବତ ହେବାର କିଛି ଦିନ ପରେ ସେ ପୁନର୍ବାର କାର୍ଯ୍ୟକ୍ଷମ ହୋଇଛି କାହା ନିର୍ଦେଶ ରେ ଏଥି ପାଇଁ ଦାୟୀ କିଏ। ଯିଏ ଦାୟୀ ତାଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।