Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାମ୍ଭାବ୍ୟ ଯୁଦ୍ଧ ମୁକାବିଲା ପାଇଁ କାକଟପୁର ବ୍ଲକ ରେ ସଚେତନତା। 1

କାକଟପୁର, 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ସାମ୍ଭାବ୍ୟ ଯୁଦ୍ଧ ମୁକାବିଲା ପାଇଁ କାକଟପୁର ବ୍ଲକ ରେ ସଚେତନତା।
Article Image
(କାକଟପୁର ବ୍ଲକ ରେ ବାଜିଲା ସାଇରନ )କାକଟପୁର:-୦୭/୦୫ (ତୁଷାର ଦୀକ୍ଷିତ )କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କାକଟପୁର ବ୍ଳକ ପ୍ରଶାସନ ପକ୍ଷରୁ ଅପରାହ୍ନ ଠିକ ୪ଘଟିକା ସମୟରେ କାକଟପୁର ବ୍ଳକ ପରିସରରେ ସାଇରନ୍ ବଜାଇ ଯୁଦ୍ଧ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ଜନତାଙ୍କୁ ସଚେତନ ବାର୍ତ୍ତା ପ୍ରେରଣ କରାଯାଇଥିଲା।ବ୍ଳକ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦଙ୍କ ତତ୍ବାବଧାନରେ ଜି ପି ଡି ଓ ସୁବ୍ରତ କୁମାର ପରିଡ଼ା, ବି ଏଲ ଓ ସୁପରଭାଇଜର ତ୍ରିଲୋଚନ ବିଶ୍ଵାଳଙ୍କ ସହଯୋଗ କ୍ରମେ ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ କାକଟପୁର ଅଗ୍ନିଶମ ବିଭାଗ ( ଚମ୍ପାହାର ) ଅଗ୍ନିଶ୍ରମ କର୍ମଚାରୀ ,ଛୋଟିପଡା ବାତ୍ୟା ଆଶ୍ରୟ ସ୍ଥଳୀର ସମ୍ପାଦକଙ୍କ ସମେତ ବ୍ଳକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।କେନ୍ଦ୍ର ସରକାର ଙ୍କ ଅପରେସନ ସିନ୍ଦୂରର ସଫଳତାକୁ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିବା ସହିତ ବୀର ଜବାନଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ମତ ପ୍ରକାଶ କରିଥିଲେ ଏବଂ ଯେ କୌଣସି ପରିସ୍ଥିତି ର ସାମ୍ନା କରିବାକୁ ଆମ ସରକାର ଙ୍କ ସହିତ ଯବାନ ମାନଙ୍କ କାର୍ଯ୍ୟ ଧାରା କୁ ପ୍ରଶଂସା କରିଥିଲେ