Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 07/05/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ବି.ଡି.ଓ ଙ୍କ ସ୍ବେଛାଚାରିତାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ତିର୍ତ୍ତୋଲ-୭/୫-(ରିପୋର୍ଟ-ଟୁକନ ସେଠୀ)ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତର କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ। ସାଇଲୋ ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ସରପଞ୍ଚ ସରୋଜ କୁମାର ସେଠି ଙ୍କ ସହିତ ସମିତି ସଭ୍ୟା ଶ୍ରୀମତୀ ମନୀଷାରାଣୀ ମଲ୍ଲ ଓ ନାଏବ ସରପଞ୍ଚ ଶ୍ରୀମତୀ ଝରଣା ଦାସ ଏବଂ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାମାନେ ଆଜି ଜିଲ୍ଲାପାଳ ମହୋଦୟ ଜଗତସିଂହପୁର ଙ୍କୁ କୁଜଙ୍ଗ ବି.ଡି.ଓ ଙ୍କ ବୈମାତୃକ ମନୋଭାବ ଓ ସ୍ବେଚ୍ଛାଚାରିତା ମନୋମୁଖୀ କାର୍ଯ୍ୟ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାଏ ଙ୍କୁ ଭେଟି ଆଲୋଚନାରେ କହିଥିଲେ ଚଳିତ ବିଧାନ ସଭା ନିର୍ବାଚରରେ ରାଜ୍ୟ ସରକାର ପରିବର୍ତ୍ତନ ହେଲାପରେ କୁଜଙ୍ଗ ବି.ଡି.ଓ ମହୋଦୟ ସାଇଲୋ ଗ୍ରାମ ପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ ଜନକଲ୍ୟାଣ କାର୍ଯ୍ୟ ଓ ସାଧାରଣ ଜନସାଧାରଣ ଙ୍କ ମୌଳିକ ସୁବିଧା ଗୁଡିକରୁ ବଞ୍ଚିତ କରିବା ଓ ପଞ୍ଚାୟତର ବିଭିନ୍ନ ସମସ୍ୟା ଗୁଡିକୁ ବିଡ଼ିଓ ଙ୍କୁ ଜଣାଇବା ସମୟରେ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅସଂମ୍ମାନ ସୂଚକ ବ୍ୟବହାର ସହ ଅଣଦେଖା କରିବାକୁ ନେଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏପରିକି ନିର୍ଦ୍ଦିଷ୍ଟ କେତେକ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବିଡ଼ିଓ ପରିଚାଳିତ ହୋଇ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରି ବ୍ଲକ କାର୍ଯ୍ୟାଳୟରେ ଅସଂମ୍ମାନିତ ପ୍ରଦର୍ଶନକୁ ନେଇ ଜନପ୍ରତିନିଧି ମାନଙ୍କ ଚିନ୍ତାର କାରଣ ହୋଇଅଛି। ପଞ୍ଚାୟତ ର ଉନ୍ନତି ଓ ମୌଳିକ ଅଧିକାର ସମ୍ପର୍କିତ ଅଭିଯୋଗ ଗୁଡିକ ଯଦି ସାତଦିନ ମଧ୍ୟରେ ଜିଲ୍ଲାପାଳ ମହୋଦୟ ଗୁରୁତ୍ୱ ସହିତ ବିଚାର ନକରନ୍ତି ତେବେ ସାଇଲୋ ପଞ୍ଚାୟତ ର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାଦେବା ସହିତ ସରପଞ୍ଚ ଶ୍ରୀଯୁକ୍ତ ସେଠି ଆତ୍ମାହୁତି ଦେବେ ବୋଲି ଧମକ ପ୍ରଦାନ କରିଛନ୍ତି।ଯାହା ସାଧାରଣରେ କୁଜଙ୍ଗ ପଞ୍ଚାୟତ ସମିତିର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ପ୍ରକାଶ ଥାଉକି ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଗୁଡିକୁ ଏକ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇ ରାଜନୀତିର ଉର୍ଦ୍ଧ୍ୱରେ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ନିରପେକ୍ଷ ଭାବେ ସମସ୍ତ ସୁଯୋଗ ପ୍ରଦାନ କରାଯାଇଥାଏ।