Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଅଞ୍ଜନା ମଲ୍ଲିକଙ୍କୁ ଆର୍ଥିକ ସହାୟତା 1

କୁଜଙ୍ଗ , 07/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ଅଞ୍ଜନା ମଲ୍ଲିକଙ୍କୁ ଆର୍ଥିକ ସହାୟତା
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟଳ ଗ୍ରାମର କର୍କଟ ରୋଗରେ ପୀଡିତା ଅଞ୍ଜନା ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ଅଞ୍ଜନା କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ଅକ୍ଷମ | ତାଙ୍କ ସ୍ୱାମୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ସେ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି | ବର୍ତ୍ତମାନ ଅର୍ଥ ଅଭାବରୁ ପତ୍ନୀଙ୍କର ଚିକିସ୍ଥା କରାଇବାକୁ ସେ ଅସମର୍ଥ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ. ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ କୋଷାଧକ୍ୟ ବିବେକାନନ୍ଦ ମହାନ୍ତି, ଉପ-ସଚିବ ବିପିନ କୁମାର ସାହୁ, ବରିଷ୍ଠ ସଦସ୍ୟ ପ୍ରତାପ ଚନ୍ଦ୍ର ଦାସ, ଦିଲ୍ଲୀପ ନନ୍ଦୀ, ଜୀବନଜ୍ୟୋତି ଜୟସିଂ, ସୁଧାକର ମହାନ୍ତି ଏବଂ ସତ୍ୟବ୍ରତ ଦାସ ପ୍ରମୁଖ ଅଞ୍ଜନାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର(୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅଞ୍ଜନା ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |