Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ବାଲିକୁଦା, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ବାପୁଜୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ |ରାଇଜିଙ୍ଗ ଷ୍ଟାର ଚମ୍ପିୟାନଜଗତସିଂହପୁର

ତା =27/4/25ବାଲିକୁଦା ବ୍ଲକ ମୁଲୁଗାଁ ପଞ୍ଚାୟତ ସ୍ଥିତ ବାପୁଜୀ ଷ୍ଟାଡିୟମ ପରିସରରେ ସପ୍ତାହ ବ୍ୟାପି ମୁଲୁଗାଁ କ୍ରିକେଟ ଆସୋସିସନ ଦ୍ୱାରା ଆୟୋଜିତ ବାପୁଜୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ ୮ ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ | ଫକୀରପଡା ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ଏବଂ ଜଗତସିଂହପୁର ଲିଟିଲ ଷ୍ଟାର କ୍ରିକେଟ କ୍ଳବ ମଧ୍ୟ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା |ଶେଷରେ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ଚମ୍ପିୟାନ ଏବଂ ଲିଟିଲ ଷ୍ଟାର କ୍ରିକେଟ କ୍ଳବ ରନର୍ସଅଫ ହୋଇଥିଲା |ଉଦଯାପନୀ ଉଛବ ରେ ଯୁବ ଆଇନୀଜୀବି ପ୍ରତାପ କୁମାର ଜେଠୀ ଙ୍କ ସଭାପତିତ୍ୱ ରେ କ୍ରିକେଟ ଟୁର୍ନାମେଣ୍ଟ ର ମୁଖ୍ୟ ଆୟୋଜକ ଶିଶିର କୁମାର ନାୟକ ଅତିଥି ପରିଚୟ ଏବଂ ଟୁର୍ନାମେଣ୍ଟ ର ଆଭିମୁଖ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ମୁଖ୍ୟ ଅତିଥିଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା |ଯୁବ ନେତା କମଳାକାନ୍ତ ମହାପାତ୍ର | ସରପଞ୍ଚ ଦଧିବାମନ ମଲ୍ଲିକ | ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ସ୍ୱାଇଁ | ସମାଜସେବୀ ବିଭୁତି ପଣ୍ଡା, ସମିତି ସଭ୍ୟ ଙ୍କ ପ୍ରତିନିଧି ସୁଦର୍ଶନ ଦାସ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ କପ ଏବଂ ସିଲ ପ୍ରଦାନ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ କୁ ଜଗନ୍ନାଥ ଓଝା, ସୁରେନ୍ଦ୍ର କୁମାର ଓଝା, ମାଧବାନନ୍ଦ ନାୟକ, ଅଭୟ ସ୍ୱାଇଁ ସାରଦା ପ୍ରସାଦ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ