କୁଜଙ୍ଗ , 08/05/2025, ବିକ୍ରମ ଓଡ଼ିଶା ନିୟୁଜ: - କୁଜଙ୍ଗ ପୋଲିସ କୁ ମିଳିଛି ବଡ଼ ସଫଳତା, ଦିର୍ଘ ଦିନ ହେଲା କୁଜଙ୍ଗ ଓ ଏରସମା ଅଞ୍ଚଳରେ ଚୋରି ଓ ଛିନତାଇ ଘଟଣାରେ ଜଡିତ ଏକ ଗ୍ୟାଙ୍ଗ ର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ କାର ଓ ତିନୋଟି ବାଇକ୍ ସହିତ ବିପୁଳ ସୁନା ଓ ଟଙ୍କା ଜବତ କରାଯାଇଛି। ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ପ୍ରକାଶ କରିବା ସହିତ ଗତ ୨୫ ତାରିଖରେ ଚଟୁଆ ଗ୍ରାମରେ ଘରେ କେହି ନଥିବା ବେଳେ ରାତିରେ ସମ୍ପୃକ୍ତ ଦୁବୃତ୍ତ ମାନେ ଘରେ ପଶି ସମସ୍ତ ଟଙ୍କା ଓ ସୁନା ଗହଣା ଲୁଟ୍ କରିଥିଲେ। ଘଟଣାର ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଏହି ୫ ଜଣଙ୍କ ଭିତରେ ଦୁଇଜଣ ଚୋରି ଜିନିଷ କୁ କିଣି ବିକ୍ରୟ କରୁଥିଲେ। ଏହି ଗ୍ୟାଙ୍ଗ ରେ ଆହୁରି ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲିି ଏସଡିପିଓ ପ୍ରକାଶ କରିଛନ୍ତି।