Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 08/05/2025, ବିକ୍ରମ ଓଡ଼ିଶା ନିୟୁଜ: ପନ୍ଦରତମ ବାର୍ଷିକ ଉତ୍ସବରେ ନାଟକ ପରିବେଷଣ।କାକଟପୁର:-୦୮/୦୫(ତୁଷାର ଦୀକ୍ଷିତ ) ପୁରପଲ୍ଲୀ ଭରା ଓଡ଼ିଶାର ଗ୍ରାମାଞ୍ଚଳରେ ଏବେବି ଯୁବ ସମାଜ ପରମ୍ପରା ଓ ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ମନୋରଞ୍ଜନ ଧର୍ମୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରଖିଥିବା ୧୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ପରିବେଷଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସାଂସଦଙ୍କ ପୁରୀ ଜିଲ୍ଲାର ପ୍ରତିନିଧି ତଥା ସୁସଂଗଠକ ସୁଦର୍ଶନ ସ୍ବାଇଁ ବକ୍ତବ୍ୟ ଉପସ୍ଥାପନା କରିଥିଲେ। କାକଟପୁର ବ୍ଳକ କଂଟାପଡା ଗ୍ରାମପଞ୍ଚାୟତ ଗମ୍ଭାରୀପଦା ବସାଉପର ଗ୍ରାମର ତ୍ରୀନାଥ ରୟାଲ ଡ୍ରାମାଟିକ୍ କ୍ଳବ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ନାଟକର ଉଦ୍ଘାଟନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ କାକଟପୁର ବ୍ଳକ କୃଷକ ଆତ୍ମା କମିଟିର ଅଧ୍ୟକ୍ଷ ସମାଜସେବୀ ରମେଶ ଚନ୍ଦ୍ର ପାତ୍ର, ପୁରୀ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ରାକେଶ କୁମାର ବିଶ୍ବାଳ ,ଲତାହରଣ ବିଜେପି ମଣ୍ଡଳ ସଭାପତି ରିଙ୍କି ବିଶ୍ଵାଳ, ପ୍ରମୁଖ ଯୋଗଦେଇ ସାମାଜିକ ନାଟକ ମାଧ୍ୟମରେ ଉତ୍କଳୀୟ ପରମ୍ପରା ଓ ସାମାଜିକ ବିଧି ବ୍ୟବସ୍ଥାକୁ ବଜାୟ ରଖି ଥିବାରୁ ନାଟ୍ୟ କ୍ଳବର ସଭ୍ୟ ଓ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିଶିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜ କିଶୋର ନାୟକଙ୍କ ଦ୍ଵାରା ସାମାଜିକ ନାଟକ ଗୁଡ଼ିକର ନିର୍ଦ୍ଦେଶନା କରାଯାଇଥିଲା।
