Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗୋଚର ଜମି କୁ ବ୍ୟକ୍ତିଗତ ବ୍ୟବହାର ଓ ନିମପୁର ରୁ ବାଇଜଙ୍ଗା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ନିମ୍ନମାନର ଅଭିଯୋଗ ) 3

ଜଗତସିଂହପୁର , 08/05/2025, ବିକ୍ରମ ଓଡ଼ିଶା ନିୟୁଜ: ( ଗୋଚର ଜମି କୁ ବ୍ୟକ୍ତିଗତ ବ୍ୟବହାର ଓ ନିମପୁର ରୁ ବାଇଜଙ୍ଗା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ନିମ୍ନମାନର ଅଭିଯୋଗ )ଜଗତସିଂହପୁର
Article Image
ତା =8/5/25ନିମପୁର ଅଞ୍ଚଳ ରେ ଥିବା ଗୋଚର ଜମି କୁ ଜୈନିକ ଠିକାଦାର ବଳପୁର୍ବକ ଦଖଲ କରି ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ଦ୍ୱାରା ଉକ୍ତ ଅଞ୍ଚଳ ରେ ଗାଈ ଛେଳି ଏବଂ ଜନସାଧାରଣ ଯାତାୟତ ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏ ସମ୍ପର୍କ ରେ ସ୍ଥାନୀୟ ଜନ ସାଧାରଣ ତହସିଲଦାର ଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି | କେବଳ ସେତିକି ନୁହେଁ ଜ଼ିଲ୍ଲା ଗ୍ରାମ୍ୟ ଊନ୍ନୟନ ବିଭାଗ ଦ୍ୱାରା ନିମପୁର ଠାରୁ ବାଇଜଙ୍ଗା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ସମ୍ପୂର୍ଣ ନିମ୍ନ ମାନର କରାଯାଇଛି | ଯାହାକି ରାସ୍ତାର ଫିଟନେସ ସୂଚନା ଫଳକ ମୁତାବକ କରାଯାଇନାହିଁ |ଗୋଡି, ବାଲି, ସିମେଣ୍ଟ ର ମାନ ଠିକ ନ ଥିବାରୁ ନିର୍ମାଣଧୀନ ରାସ୍ତାର ଅବସ୍ଥା ସମ୍ପୂର୍ଣ ଶୋଚନୀୟ ହୋଇପଡିଛି |ଏ ସଂକ୍ରାନ୍ତରେ ନିମପୁର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ ମଧ୍ୟ୍ୟ ବିଭାଗୀୟ ଅଧିକାରୀ ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି | ନିମପୁର ରୁ ବାଇଜଙ୍ଗା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ରେ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୁଗୁ ନିର୍ମାଣଧୀନ କାର୍ଯ୍ୟ ସମ୍ପୂର୍ଣ ନିମ୍ନମାନର କରାଯାଇଛି |ଜ଼ିଲ୍ଲାପାଳ ଏହି କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ନିମପୁର ଗ୍ରାମର ବିଧାନ ସାହାଣୀ, ଶରତ ଚନ୍ଦ୍ର ବାରିକ, ଦିବାକର ବାରିକ, ପ୍ରଭାତ ସାହାଣୀ, ରଘୁନାଥ ସ୍ୱାଇଁ, ପ୍ରସନ୍ନ ସାହାଣୀ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ଶତାଧିକ ଜନ ସାଧାରଣ ଜ଼ିଲ୍ଲାପାଳ, ବିଧାୟକ, ବିଭାଗୀୟ ଯନ୍ତ୍ରୀ ତହସିଲଦାର ଜଗତସିଂହପୁର,ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ରିପୋର୍ଟ