ରାହାମା , 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ପ୍ରସ୍ତୁତି ବୈଠକ

ରାହାମା ତା ୨୭/୦୪* କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମ ପଞ୍ଚାୟତର କନ୍ଦମୂଳ ପଡିଆ ନିକଟରେ ଥିବା ଶ୍ରୀଶ୍ରୀ ଦଧିବାମନ ଜୀୟୁ,ଶ୍ରୀଶ୍ରୀ ମଦନ ମୋହନ ଜୀୟୁ ମଠ ସାଇଲୋ, ରାହାମାର ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ଚଳିତ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ତିନିଠାକୁର ଙ୍କ ତିନି ରଥ ନିର୍ମାଣ ନିମନ୍ତେ ଆସନ୍ତା ପବିତ୍ର ଅକ୍ଷୟ ତୃତୀୟା ଦିବସରେ ରଥକାଠ ଅନୁକୂଳ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ମଠ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମଠ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ସାହୁ ସଭାପତିତ୍ୱ କରି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ,ସଦସ୍ୟା ମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ପ୍ରଦାନ କରି ସମ୍ପାଦକ ଡ଼ଃ ସୁନାକର ବେହେରା ଙ୍କୁ ବୈଠକରେ ଆଲୋଚନାର ବିଷୟବସ୍ତୁ ସମ୍ପର୍କିତ ପ୍ରସ୍ତାବ ଗୁଡିକୁ ଉପସ୍ଥାପନ ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ।ଅକ୍ଷୟ ତୃତୀୟା ଦିବସରେ ବୈଦିକ ରୀତିନୀତି ଅନୁଯାଇ ତିନି ରଥ ନିର୍ମାଣ ପାଇଁ ନୂତନ କାଷ୍ଠ ପୂଜନ ଓ ରଥ ଅନୁକୂଳ ନିମନ୍ତେ ଆଚାର୍ଯ୍ୟ ପୁରୋହିତଙ୍କ ପୂଜାର୍ଚନା ପରେ ଠାକୁର ରାଜା ଦୀପକ କୁମାର ସ୍ବାଇଁ( ମଣ୍ଡଳ ଉନ୍ନୟନ ଅଧିକାରୀ,କୁଜଙ୍ଗ )ଉପସ୍ଥିତ ରହି ବିଶ୍ୱକର୍ମା ମହାରଣା ମାନଙ୍କୁ ରଥ ନିର୍ମାଣ ପାଇଁ ଉତ୍ତରୀୟ ଓ ପାଟବସ୍ତ୍ର ପ୍ରଦାନର ଵିଧି ସମାପନ କରିବାକୁ ନେଇ ଆଲୋଚନା ହୋଇଥିଲା।ଚଳିତ ୨୦୨୫ ରଥଯାତ୍ରା କୁ କିପରି ଅଧିକ ସରସ ସୁନ୍ଦର କରି ଶ୍ରଦ୍ଧାଳୁ ମାନଙ୍କ ସମାଗମ,ରଥ ଟଣା ଶାନ୍ତି ଶୃଙ୍ଖଳାରେ ସମାପନ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ କିଶୋରୀ ଚନ୍ଦ୍ର ଦାସ, ଭିକାରି ଚରଣ ସେନାପତି,ପୋତନାଇ ସରପଞ୍ଚ ବ୍ରଜକିଶୋର ମହାରାଜ,ରାହାମା ବଜାର କମିଟି ସଭାପତି ଶିଶିର କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧକ୍ଷ ବଇଁଶୀଧର କୁଣ୍ଡୁ, ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ, ସାଇଲୋ ସମବାୟ ସମିତି ସଭାପତି ପ୍ରଦୀପ କୁମାର ବେଉରା,ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ, ସୌଭାଗ୍ୟ ନାୟକ, ମନୋହର ସ୍ୱାଇଁ, ନୃସିଂହ ଚରଣ ସେନାପତି,ଲଷ୍ମୀଧର ସାହୁ, ମହାପ୍ରଭୁଙ୍କ ସେବିକା ସ୍ଵର୍ଣ୍ଣମାତା, ମହାରଣା ରୋହିତ ସୁତାର, ପୂଜକ ତପନ କୁମାର ପତି, ଶୈଳଭାମା ନାୟକ,ସରସ୍ବତୀ ଦାସ,ପ୍ରେସ କ୍ଲବ ରାହାମା ସଭାପତି ଡ଼ଃ ମାନସ ରଞ୍ଜନ ମହାନ୍ତି,ସମ୍ପାଦକ ଶ୍ରୀକାନ୍ତ ଦାସ,ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଜଗେଶ୍ୱର ଦଳାଇ, ଇତ୍ୟାଦି ବହୁ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ।