Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାତି ଅଧିଆ ମାଟି ମାଫିଆଙ୍କ ଆତଙ୍କ # ରାତି ହେଲେ ଟ୍ରାକ୍ଟର ଓ ହାଇଓ୍ୱା ସାହାଯ୍ୟରେ ହଜାର ହଜାର ଟ୍ରିପ ମାଟି ଲୁଟ କରି ବିକ୍ରି କରୁଛନ୍ତି ମାଫିଆ ! କୁଜଙ୍ଗ ତହସିଲ ଅଧୀନ ନୂଆଗଡ, ବାଲଡ଼ିଆ, ପାରାଦ୍ୱୀପ ଗଡ଼, ସିଙ୍ଗିଟାଳି ଗହୀର ମଝିରୁ ରାତି ୧୧ ଟା ହେଲେ ଜେସିବି ମାଧ୍ୟମ ରେ ଆରମ୍ଭ ହୋଇଯାଏ ମାଟି ଚୋରି, ପାରାଦ୍ୱୀପ ଲକ ଥାନା ଅଧୀନରେ ଥିବା ଏସବୁ ଜମିରୁ ପ୍ରଶାସନ କୁ ଖାତିରି ନ କରି ନୂଆଗଡ ପଞ୍ଚାୟତ ରେ ଥିବା ସରକାରୀ ଓ ବେ ସରକାରୀ ନିକଟରେ କିଛି ଅସାମାଜିକ ଯୁବକ ସୁରକ୍ଷା ବଳରେ ମାଫିଆ ମାନେ ଖୁଲୁମ ଖୁଲା ରାତିରେ ମେସିନ ଓ ହାଇଓ୍ଵା ସାହାଯ୍ୟରେ ହଜାର ହଜାର ଟ୍ରିପ ମାଟି ବିକ୍ରି କରାଯାଉଛି, ଶିଳ୍ପ ତାଲିମ୍ କେନ୍ଦ୍ର ନିକଟରେ ଥିବା ଝାଟି ଜଙ୍ଗଲ ଓ ତାର ଆଖ ପାଖ ନିକଟରେ କିଛି ଅସାମାଜିକ ଯୁବକ ଓ ମାଟି ମାଫିଆ ମାନଙ୍କର ଆଡା ର କେନ୍ଦ୍ର ସ୍ଥଳୀ ପାଲଟିଛି, ଯାହାଦ୍ୱାରା ରାତିରେ ଶିଳ୍ପାଞ୍ଚଳ କୁ ଯାତାୟାତ କରୁଥିବା ଶ୍ରମିଙ୍କ ମାନେ ଯିବା ଆସିବା ନିମନ୍ତେ ଭୟଭୀତ ହେଉଛନ୍ତି, ମାଫିଆ ମାନେ ଅତି ସହଜରେ ମାଟି ଚୋରା ଚାଲାଣ ହେଉଥିବା ବେଳେ ଜାଣି ପାରୁନି ପାରାଦ୍ୱୀପ ଲକ ଥାନା ପୋଲିସ, ଯାହାଦ୍ୱାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ବ କ୍ଷତି ହେଉଛି, ଏବେ ପ୍ରଶ୍ନ? କିଛି ମାଫିଆ ତହସିଲ କର୍ମଚାରୀକୁ ହାତ କରି ମାତ୍ରା ଚାଳିଶ /ପଚାଶ ଟ୍ରିପ ରାୟଲଟି କାଟି ଦିନ ରାତି ହଜାର ହଜାର ଟ୍ରିପ ମାଟି ଉଠାଇ ବିକ୍ରି କରୁଛନ୍ତି ! ଆଉ କିଛି ମାଟି ମାଫିଆ ଏକାଠି ହୋଇ ରାତିରେ ନୂଆଗଡ ପୋଲ ଓ ଆଖ ପାଖ ରେ ଲୋକ ଜଗାଇ ଗହୀର ବିଲରୁ ମାଟି ଉଠାଇ ବିକ୍ରି କରି ଲାଲେ ଲାଲ ! ଅଧିକାରୀ ଓ ନେତାଙ୍କ ପକେଟ ଗରମ କରି ରାତି ରେ ଟ୍ରାକ୍ଟର ଓ ହାଇଓ୍ୱା ସାହାଯ୍ୟରେ ଚୋରା ମାଟି ବିକ୍ରି କରି କୋଟି କୋଟି ରୋଜଗାର କରୁଥିବା ମାଟି ମାଫିଆ ମାନଙ୍କୁ କେବେ ପ୍ରଶାସନ ପକ୍ଷରୁ ଆକ୍ସନ ନିଆଯିବ ତାହା ଦେଖିବାକୁ ବାକି ରହିଲା,
