Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତ୍ତୋଲ ବ୍ଲାକ କାର୍ଯ୍ୟାଳୟରେ ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 1

ତିର୍ତ୍ତୋଲ, 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବ୍ଲାକ କାର୍ଯ୍ୟାଳୟରେ ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମତିର୍ତ୍ତୋଲ ୯/୫-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଓସ୍ୱାନ ହଲରେ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ଅଧକ୍ଷତାରେ ଯନ୍ତ୍ରୀ ମାନଙ୍କର ବିଦାୟୀ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ବ୍ଲକରୁ ଆସିଷ୍ଟାଣ୍ଟ ଇଞ୍ଜିନିଅର (ସହକାରୀ ଯନ୍ତ୍ରୀ) ଲୋପାମୁଦ୍ରା ବେଉରା, ସାଗରିକା ରାଉତ, କ୍ଷିତୀଶ ଚନ୍ଦ୍ର ପଣ୍ଡା, ଜୁନିଅର ଇଞ୍ଜିନିଅର (କନିଷ୍ଠ ଯନ୍ତ୍ରୀ ) ସରସ୍ୱତୀ ମୁଦୁଲି, ସୁକାନ୍ତ ବେହେରା, ମୀରାବାଇ ସାମଲ ପ୍ରମୁଖ ଅନ୍ୟ ବ୍ଲକକୁ ବଦଳି ହୋଇଥିଲେ l ବଦଳି ଯନ୍ତ୍ରୀମାନଙ୍କୁ ବିଭିନ୍ନ ଉପହାର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିଥିଲେ l ସେହିପରି ଅନ୍ୟ ବ୍ଲକରୁ ଆସିଷ୍ଟାଣ୍ଟ ଇଞ୍ଜିନିଅର (ସହକାରୀ ଯନ୍ତ୍ରୀ ) ରାମଚନ୍ଦ୍ର ଷଢଙ୍ଗୀ, ପ୍ରଶାନ୍ତ କୁମାର ପାଢ଼ୀ, ଜୁନିଅର ଇଞ୍ଜିନିଅର (କନିଷ୍ଠ ଯନ୍ତ୍ରୀ) କିଶୋର ଚନ୍ଦ୍ର ସାହୁ, ଲଲିତ କୁମାର ବସ୍ତିଆ, ଲିପ୍ସା ସାମଲ ପ୍ରମୁଖଙ୍କୁ ବ୍ଲକ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା, ପରିଚୟ ପ୍ରଦାନ ଓ ପଞ୍ଚାୟତ ବଣ୍ଟନ କରାଯାଇଥିଲା l ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ସମେତ ଏବିଡ଼ିଓ ସତ୍ୟ ଜିତ ସ୍ୱାଇଁ, ବଡ଼ ବାବୁ ପ୍ରଭାସ କୁମାର ରାଉତ, ଆକାଉଣ୍ଟ୍ୟାଣ୍ଟ ନାରାୟଣ ଦାସ, କ୍ୟାସିୟର କୃତିବାସ ସାହୁ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ମହାପାତ୍ର, ସପ୍ଲାୟ ଇନସେପକ୍ଟର ସ୍ୱୟଂ ପ୍ରଭା ସ୍ୱାଇଁ, ପିଓ ଗୌତମ ପରିଜା, ତୋଫାନ ଦାସଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉପହାର ଦେଇ ସମ୍ବର୍ଦ୍ଧନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ବ୍ଲକ ଆଲୋକ ରାଉତ, ଅରବିନ୍ଦ ଦାସ, କର୍ମଚାରୀ ଈଶ୍ୱର ଚନ୍ଦ୍ର ସାହୁ, ପ୍ରଦୀପ୍ତ ଦାସ, ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ l
Article Image
Article Image