Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଷ୍ଟ୍ରର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ - ପଦ୍ମଶ୍ରୀ ବାବା ବଳିଆ 1

ତିର୍ତ୍ତୋଲ, 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାଷ୍ଟ୍ରର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ - ପଦ୍ମଶ୍ରୀ ବାବା ବଳିଆତିର୍ତ୍ତୋଲ ୯/୫-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ଅରିଲୋ ଶିଶୁ ଅନନ୍ତ ଆଶ୍ରମରେ ଆୟୋଜିତ ୫୬ ତମ ବାର୍ଷିକ ଚତୁର୍ଦଶୀ ମେଳା ଅବସରରେ ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ ରାଷ୍ଟ୍ରର ସୁରକ୍ଷା ପ୍ରତିଟି ନାଗରିକର ପ୍ରଥମ କର୍ତ୍ତବ୍ୟ l ପ୍ରତିଟି ନାଗରୀକର ପରିଚୟ ହିଁ ରାଷ୍ଟ୍ର ଓ ରାଷ୍ଟ୍ରୀୟତା l ଆଶ୍ରମରେ ଆୟୋଜିତ ୫ ଦିନିଆ 'ଦିବ୍ୟ କଥାମୃତ' କାର୍ଯ୍ୟକ୍ରମରେ ଆଶୀର୍ବଚନ ପ୍ରଦାନ ସମୟରେ ବାବା ବଳିଆ କହିଲେ ଯେ ଶାସ୍ତ୍ର ମଣିଷକୁ ଶୃଙ୍ଖଳିତ କରିବାପାଇଁ ଉଦିଷ୍ଟ l ଯେଉଁ ଶାସ୍ତ୍ରର କଥା ସମାଜ ଓ ମଣିଷ ଜୀବନରେ ଅଶାନ୍ତି, ହିଂସା ଓ ଘୃଣାର ଭାବନା ବିସ୍ତାର କରେ ତାହା ଆଦୌ ଶାସ୍ତ୍ର ପଦବାଚ୍ୟ ନୁହେଁ l ଧର୍ମଧାରା ପରମଶାନ୍ତି ଓ ଦିବ୍ୟ ଆନନ୍ଦର ପଥ ଉନ୍ମୁକ୍ତ କରିଥାଏ l ଏହି ଅବସରରେ ବାର୍ଷିକ ମେଳାରେ ଚନ୍ଦନ ଚାପ, ଘୃତ ଯଜ୍ଞ, ନାମଯଜ୍ଞ, ଦ୍ୱୀପଯଜ୍ଞ, ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ସମ୍ପାଦିତ ହେଉଛି l ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଶ୍ରମର ପ୍ରେସ ସଚିବ ଡ଼. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଅବଗତ କରାଇଥିଲେ l ପ୍ରତେକ ଦିନ ସହସ୍ରାଧିକ ଶ୍ରଦ୍ଧାଳୁ ମନେ ଯୋଗଦାନ କରୁଥିବା ଦେଖିବାକୁ ମିଳିଛି l
Article Image
Article Image