ନୀଳଗିରି, 09/05/2025, ବିକ୍ରମ ଓଡ଼ିଶା ନିୟୁଜ: ନୀଳଗିରି ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,

ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ର ନୀଳଗିରି. ଔପଦା. ବାହାନଗା ବ୍ଲକ ଗୁଡିକ ରେ ଚଳିତ ବର୍ଷ ମେଟ୍ରିକରେ 90 ପ୍ରତିଶତ A-1 ଗ୍ରେଡ଼ ମାର୍କ ରଖି ଉତ୍ତୀର୍ଣ ହୋଇଥିବା ମୋଟ 14ଜଣ ଛାତ୍ରଛାତ୍ରୀ ମାନଙ୍କୁ,ଆଜି ନୀଳଗିରିସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ, ବୁଦ୍ଧିଜୀବି କମିଟି ର ଉପଦେଷ୍ଟା ତଥା ସଭାପତି ଅବସର ପ୍ରାପ୍ତ ଵିଇଓ ରବୀନ୍ଦ୍ର ପରିଡା ଙ୍କର ନେତୃତ୍ୱ ରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା, ଉକ୍ତ ସମାରୋହ ରେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯୋଗଦାନ ଦେଇ ଉପସ୍ଥିତ ରହିଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ଶିକ୍ଷକ. ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ମାନଂକୁ ଅନ୍ତର ସହକାରେ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଏ 14ଜଣ ହେଉଛନ୍ତି ନୀଳଗିରି ର ରତ୍ନ, ଏବଂ ମୁଖ୍ୟ ବକ୍ତା ଉପଜିଲ୍ଲାପାଳ ଶୁଭଶ୍ରୀ ରଥ କମ୍ପିଟିସନ ମାଇଣ୍ଡି, ଟାର୍ଗେଟ କରି ଅଧ୍ୟୟନ ଓ ଗୁରୁଜନ ମାନଙ୍କୁ ସନ୍ନମାନ କରିବା ଦ୍ୱାରା,,ଏ ହେଉଛି ତାର ଫଳ ପରିଣାମ ସଦୃଶ ଅଟେ, ଏବଂ ଆଗାମୀ ଦିନରେ କିପରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଗୁଡିକ ରେ ଭଲ ଅଧ୍ୟୟନ କରିବେ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତାଗିତ କରିବା ଶହ, ଯେକୌଣସି ମୁହୂର୍ତ ରେ ଯଦି କୋଣସି ଛାତ୍ର ଛାତ୍ରୀ ତାଙ୍କୁ ପାଠ ପଢିବା ର ଅସୁବିଧା ଜଣାଇଲେ ସେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି କହିଥିଲେ,ବିଦ୍ୟାଳୟ ଗୁଡିକ ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ, ସେ ଉପରସ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି ବକ୍ତବ୍ୟ ରେ କହିଥିଲେ,କାର୍ଯ୍ୟକ୍ରମ ସନ୍ନମାନୀତ ଅତିଥି ନୀଳଗିରି ତହସିଲଦାର ସନମ ଦାସ, ଔପଦା ବିଡ଼ିଓ ସୁଶ୍ରୀ ଶ୍ୱାସତୀ ସାଡୁଆଳ,ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ଦାସ, ନୀଳଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୀମସେନ ବିଶ୍ୱାଳ,ଯୋଗଦାନ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତରୋତ୍ତର କାମନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ କମିଟି ର ଉପଦେଷ୍ଟା ତଥା ସାଧାରଣ ସମ୍ପାଦକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସଦ ବାରିକ ଧନ୍ୟବାଦ୍ ଦେଇଥିଲେ l ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ହେଲେ ନୀଳଗିରି କୈଳାଶ ଚନ୍ଦ୍ର ହାଇସ୍କୁଲ ର ଜୟପ୍ରକାଶ ବେହେରା,ମଧୁସ୍ମିତା ନାୟକ, ଜୀବନଜ୍ୟୋତି ଦାସ,ସ୍ମୃତିଲିପ୍ସା ସାହୁ,କୈବଲ୍ୟ ପ୍ରୀତମ ବେହେରା,ମେରିତ ବିକାଶ ବିଦ୍ୟା ମନ୍ଦିର ଅଯୋଧ୍ୟା ଭାଗ୍ୟଜ୍ୟୋତି ବାରିକ, ମିତ୍ରପୁର ସରକାରୀ ହାଇସ୍କୁଲ ର ନବୀନ୍ୱିତା ପ୍ରଧାନ,ଔପଦା ଦନ୍ତୁର ହାଇସ୍କୁଲ ର ବର୍ଷା ପଣ୍ଡା,ଫତେପୁର ହାଇସ୍କୁଲ ର ସିମ୍ରନ ପୁଷ୍ଟି,ଆରଆର ପୁର ହାଇସ୍କୁଲ ର ଅନୁରାଧା ସ୍ୱାଇଁ,ଖନ୍ତାପଡ଼ା ହାଇସ୍କୁଲ ର ମନସିନି ପଣ୍ଡା,ଭାଗ୍ୟଶ୍ରୀ ପଣ୍ଡା ପ୍ରମ୍ମୁଖ A-1 ଗ୍ରେଡ଼ ରେ ଉତ୍ତୀର୍ଣ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି