Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 10/05/2025, ବିକ୍ରମ ଓଡ଼ିଶା ନିୟୁଜ: (ମା ଛତରାଇ ଦୁଗ୍ଧ ସମବାୟ ସମିତି ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ )ଜଗତସିଂହପୁର

ତା =10/5/25ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ତରାସାହି ସ୍ଥିତ ମା ଛତରାଇ ଦୁଗ୍ଧ ସମବାୟ ସମିତି ସଭାପତି ଏବଂ ସମ୍ପାଦକ ଦୈନଦିନ ସମିତି ଜରିଆରେ ଶତାଧିକ ଦୁଗ୍ଧ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଆମ୍ବଶଳ ସ୍ଥିତ ଓମଫେଡ କେନ୍ଦ୍ର କୁ ଯୋଗାଇ ଆସୁଥିଲେ | ପରବର୍ତ୍ତୀ ସମୟରେ ସଭାପତି ଏବଂ ସମ୍ପାଦକ ଙ୍କ ମଧ୍ୟ୍ୟ ରେ ବ୍ୟବସାୟ କୁ କେନ୍ଦ୍ର କରି ମନାନ୍ତର ମତାନ୍ତର ସୃଷ୍ଟି ହୋଇଥିଲା | ସମ୍ପାଦକ ମା ଛତରାଜ ଦୁଗ୍ଧ ସମବାୟ ସମିତି ରୁ ଓହରିଯାଇ ମା ଛତରାଇ ଦୁଗ୍ଧ ସମବାୟ ସମିତି ସଭାପତି ଉଲ୍ଲାସ ଦାସ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ବିଷାକ୍ତ ପାଉଡର ଦ୍ୱାରା ଅପମିଶ୍ରଣ କରାଯାଉଥିବା ଜ଼ିଲ୍ଲା ପ୍ରଶାସନ ନିକଟରେ ମିଥ୍ୟା ଅଭିଯୋଗ କରିଥିଲେ | ଅଭିଯୋଗ କୁ ଭିତିକରି ଜ଼ିଲ୍ଲା ପ୍ରଶାସନ ଚଳିତ ମାସ ୬ ତାରିଖ ଦିନ ମା ଛତରାଇ ଦୁଗ୍ଧ ସମବାୟ ସମିତି ଉପରେ ଚଢ଼ାଉ କରି ଅପମିଶ୍ରିତ ପାଉଡର ପଡିଶା ଘରୁ ସିଲ କରାଯାଇଥିଲେ |ଏଥିନେଇ ମା ଛତରାଇ ସମବାୟ ସମିତି ସଭାପତି ଚାଷୀ ମାନଙ୍କ ଠାରୁ ଆଉ ଦୁଗ୍ଧ ସଂଗ୍ରହ କରିନଥିଲେ |ଶତାଧିକ ଚାଷୀଙ୍କର ଦୁଗ୍ଧ ବ୍ୟବସାୟ ସମ୍ପୂର୍ଣ ବନ୍ଦ ହୋଇଯିବାରୁ ଗୋପାଳନ ଏବଂ ପରିବାର ଭରଣ ପୋଷଣ କରିବା ଦୁଗ୍ଧ ଚାଷୀ ଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଥିଲା |ମା ଛତରାଇ ଦୁଗ୍ଧ ସମବାୟ ସମିତି ର ଶତାଧିକ ଦୁଗ୍ଧ ଚାଷୀ ଏ ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହିତ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |ଜ଼ିଲ୍ଲା ପ୍ରଶାସନ ଶତାଧିକ ଦୁଗ୍ଧ ଚାଷୀ ମାନଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟି ରେ ରହି ମା ଛତରାଇ ଦୁଗ୍ଧ ସମବାୟ ସମିତି ପୂର୍ବଭଳି ଶତାଧିକ ଚାଷୀ ମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଓମଫେଡ ଙ୍କୁ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ