Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଲପୁର ଗ୍ରାମରେ ୨୦ ବର୍ଷ ଯୁବତୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ, ବଡ଼ ଭଉଣୀ ଥାନାରେ ଦେଲେ ଅଭିଯୋଗ 2

ତିର୍ତ୍ତୋଲ, 10/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଲପୁର ଗ୍ରାମରେ ୨୦ ବର୍ଷ ଯୁବତୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ, ବଡ଼ ଭଉଣୀ ଥାନାରେ ଦେଲେ ଅଭିଯୋଗତିର୍ତ୍ତୋଲ ୧୦/୫- (ରିପୋର୍ଟ-ଟୁକନ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ନାଲପୁର ଗ୍ରାମରେ ୨୦ ବର୍ଷର ଯୁବତୀ ଚିନ୍ମୟୀ ବେହେରାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ସାଧାରଣରେ ପ୍ରଶ୍ନ ଉଠିଛି l ଚିନ୍ମୟୀଙ୍କ ବଡ଼ ଭଉଣୀ ସରୋଜିନୀ ତାଙ୍କ ସାନ ଭଉଣୀକୁ ମାରି ଟାଙ୍ଗିଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
Article Image
ଘଟଣା ମୁତାବକ ନାଲପୁର ଗ୍ରାମର ଛବିଳ କିଶୋର ବେହେରାଙ୍କ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି l ବଡ଼ ଝିଅ ସରୋଜିନୀ ବେହେରା, ପୁଅ ସରୋଜ ବେହେରା, ମଝିଆ ଝିଅ ଚିନ୍ମୟୀ ବେହେରା ଓ ସାନ ପୁଅ ଶୁବେନ୍ଦୁ ବେହେରା l ବଡ଼ ଝିଅ ସରୋଜିନୀ ଭୁବନେଶ୍ୱର ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ, ବଡ଼ଭାଇ ସରୋଜ ପାରାଦ୍ୱୀପରେ କାର୍ଯ୍ୟ କରନ୍ତି l ଘରେ ବାପା ମା ସହିତ ମଝିଆ ଝିଅ ଚିନ୍ମୟୀ ଓ ଶୁବେନ୍ଦୁ ରୁହନ୍ତି l ୭ ତାରିଖ ଦିନ ଛବିଳଙ୍କ ଝିଅ ଚିନ୍ମୟୀ ୨୦ ଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇ ତାଙ୍କ ବଡ଼ ଭଉଣୀ ସରୋଜିନୀ ଘରେ ପହଂଚିଥିଲେ l ଘରେ ପହଂଚିବାବେଳେକୁ ଅତ୍ୟନ୍ତ ତରବରିଆ ଭାବେ ଚିନ୍ମୟୀ ର ମର ଶରୀରକୁ ପୋଡ଼ିବାପାଇଁ କାଠ ଓ ସଙ୍ଗାଡି ପ୍ରସ୍ତୁତି ହେଉଥିବା ଦେଖି ସନ୍ଦେହ କରିଥିଲେ l ୭ ତାରିଖ ଦିନ ଚିନ୍ମୟୀଙ୍କ ସହିତ ତାଙ୍କ ସାନ ଖୁଡି ଓ ଝିଅ ସହିତ କୌଣସି କାରଣରୁ ବଚସା ହୋଇଥିଲା l ଯାହାକୁ ନେଇ ସାନ ଖୁଡି ଓ ତାଙ୍କ ଝିଅ ଚିନ୍ମୟୀକୁ ମାଡିପିଟ କରିଥିଲେ l ପରେ ଦେଖିବାକୁ ପାଇଥିଲେ ଯେ ଚିନ୍ମୟୀ ଏକ ଘରେ ପଙ୍ଖାରେ ଦଉଡି ଦେଇଥିବା l ତଳେ ପକାରେ କିନ୍ତୁ ଗୋଡ଼ ଲାଗିଥିଲା ଯାହା ପାରିପାର୍ଶ୍ଵିକ ପରିସ୍ଥିତିରୁ ଏହା ହତ୍ୟା କରି ଟାଙ୍ଗିଦେଇଥିବା ସନ୍ଦେହ କରି ତଦନ୍ତ ପାଇଁ ବଡ଼ ଭଉଣୀ ସରୋଜିନୀ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତିର୍ତ୍ତୋଲ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ପ୍ରଥମେ ମଣିଜଙ୍ଗା ମେଡିକାଲ ଆଣିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିବାପରେ ଶବବ୍ୟବଛେଦ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ l ସାନ ଭଉଣୀର ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ରୂପ ଦେଇ ଚପାଇଦେବାକୁ ଉଦ୍ୟମ ହେଉଥିବା ବଡ଼ ଭଉଣୀ ସରୋଜିନୀ କହୁଥିବାବେଳେ ସ୍ୱଛତାର ସହିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଓ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି l