Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 10/05/2025, ବିକ୍ରମ ଓଡ଼ିଶା ନିୟୁଜ: ମା ମଙ୍ଗଳା ମନ୍ଦିରରେ ରାମଚରିତ ମାନସ ପାରାୟଣ ଉଦଯାପିତ

କାକଟପୁର 10/5 ( ତୁଷାର ଦୀକ୍ଷିତ ) ହରି ନାମେ କି ରସ ଅଛି ପାନ କଲା ଲୋକ ଜାଣିଛି ଆଜି ର ବେସ୍ତ ବହୁଳ ଜୀବନ ଭିତରେ ଠାକୁର ଙ୍କ ଉପରେ ଆଜିର ବିଜ୍ଞାନ ଯୁଗରେ ଯୁବ ସମାଜ କୁ ସମୟ ନାହିଁ ହରିନାମ ରେ ସାମିଲ ହେବାକୁ ଏବଂ ନିଜକୁ ହରିନାମ ରେ ହଜାଇ ଦେବାକୁ କିନ୍ତୁ ଦୀର୍ଘ ବର୍ଷ ରୁ ଉର୍ଦ୍ଧ ହେବ ମଙ୍ଗଳା ମନ୍ଦିର ବେଢା ଭିତରେ ହୋଇ ଆସୁଛି ରାମ ଚରିତ ମାନସ ପ୍ରତ୍ୟେକ ଦିନ ବେଢା ବାହାରେ ଥିବା ରାମ, ଲକ୍ଷ୍ମଣ, ମାତା ଜାନକୀ ଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଭକ୍ତ ହନୁମାନ ବିଦ୍ୟମାନ ହୋଇ ପୂଜା ପାନ୍ତି ପ୍ରତ୍ୟେକ ଦିନ ଠାକୁର ଙ୍କ ପାଇଁ ମନ୍ଦିର ପ୍ରଶାସନ ଓ ପାଳିଆ ସେବକ ଙ୍କ ଦ୍ୱାରା ଅର୍ଣ୍ଣ ପ୍ରସାଦ ର ଭୋଗ ହୋଇ ଥାଏ ଏବଂ ସେତେବେଳେ ର ପ୍ରବଚକ ଆଉ ନାହାନ୍ତି ପୁରୁଣା ଲୋକ ଵି ନାହାନ୍ତି ସେତେବେଳେ ପ୍ରବଚକ ଭାବେ କାଶୀ ନାଥ ରାମ, କୁମାର କବୀ ଅରକ୍ଷିତ ପ୍ରଧାନ, ବୈଷ୍ଣବ ପାଣିଗ୍ରାହୀ, ପ୍ରବଚନ ଦେଇଥିବା ଶୁଣି ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ଆଉ ଅବଶ୍ୟ ସେ ଦିନ ନାହିଁ କି ଶୁଣିବାକୁ ଶ୍ରୋତା ନାହାନ୍ତି କିନ୍ତୁ ମଙ୍ଗଳା ମନ୍ଦିରରେ ସୁନାମ ଧାନ୍ୟ ପ୍ରବଚକ ସତ୍ୟାନନ୍ଦ ଦାସ ମହାରାଜ, ବସନ୍ତ ମଙ୍ଗରାଜ ପ୍ରବଚନ ଦେଉଥିବା ବେଳେ ମନ୍ଦିରରେ ଏହି ପ୍ରଭୁ ଙ୍କ ଗାଥା ଓ ପ୍ରଭୁ ଙ୍କ ଲୀଳା ଖେଳା ଶୁଣିବାକୁ ଭକ୍ତ ଙ୍କ ଗହଳି ପରିଲିକ୍ଷିତ ହୋଇଥିଲା, ଏହି ପ୍ରବଚନ କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବରିଷ୍ଠ ପ୍ରବଚକ ମାନେ ଯୋଗଦେଇ ଥିବା ବେଳେ ପ୍ରତ୍ୟେକ ପ୍ରଭୁ ରାମ ମନ୍ଦିରରେ ବଂଶୀଧର ଦାସ ଙ୍କ ଶ୍ରୀ ତୁଳସୀ ଦାସ ଙ୍କ ରାମ ଚରିତ ମାନସ ବୋଲା ଯାଇଥାଏ, ଆଖ ପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ଏହି ପ୍ରବଚନ ନାମ ଯଜ୍ଞ ରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ l ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବକ ସମିତି ସମ୍ପାଦକ ପବିତ୍ର କୁମାର ଦୀକ୍ଷିତ, ଲଳିତ ମୋହନ ଦୀକ୍ଷିତ, ଶାନ୍ତନୁ କୁମାର ଦୀକ୍ଷିତ, ସୁବାସ ଚନ୍ଦ୍ର ଦୀକ୍ଷିତ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ର ସହ ସମାପନ ହୋଇଥିଲା l