Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାକଟପୁର ମଙ୍ଗଳା ଙ୍କ ମନ୍ଦିର ରେ ଚନ୍ଦନ ଯାତ୍ରା 1

କାକଟପୁର, 10/05/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର ମଙ୍ଗଳା ଙ୍କ ମନ୍ଦିର ରେ ଚନ୍ଦନ ଯାତ୍ରା
Article Image
କାକଟପୁର ୧0/୫ :- ପୁରୀ ଜିଲ୍ଲା କାକଟପୁରର ମା ମଙ୍ଗଳା ପୀଠ ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ପୀଠଙ୍କ ମଧ୍ୟରୁ ଅନ୍ୟତମ। ଓଡିଶା ଜଗନ୍ନାଥ ସଂସ୍କୃତି ସହିତ କାକଟପୁର ସ୍ଥିତ ମା ମଙ୍ଗଳା ମନ୍ଦିର ର ପାର୍ବପର୍ବାଣି ଓତପ୍ରୋତଃ ଭାବେ ଜଡିତ ରହିଛି। ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ର ନିତିକାନ୍ତି ଏବଂ ପର୍ବ ପର୍ବାଣି ସହିତ ମା ମଙ୍ଗଳାଙ୍କ ମନ୍ଦିରର ନିତିକାନ୍ତି ଏବଂ ପର୍ବ ପର୍ବାଣୀର ବେଶ କିଛି ସାମଞ୍ଜସ୍ୟ ରହିଛି, ଯାହାକି ସାଧାରଣ ଭକ୍ତ ଟିଏ ଜାଣିବା କଷ୍ଟକର ହୋଇଥାଏ। ସେହି ସମସ୍ତ ପର୍ବ ମଧ୍ୟରୁ ଚନ୍ଦନ ଯାତ୍ରା ଏକ ପ୍ରସିଦ୍ଧ ଯାତ୍ରା। ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରେ ଦୀର୍ଘଦିନ ଧରି ପାଳିତ ହେଉଥିବା ଯାତ୍ରା ହେଉଛି ଚନ୍ଦନ ଯାତ୍ରା। ପୁରୀ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳିତ ହେଉଥିବା ବେଳେ ବୈଶାଖ ମାସ ରେ ପାଳିତ ହେଉଥିବା ଏହି ଚନ୍ଦନ ଯାତ୍ରା ହେଉଛି ମା ମଙ୍ଗଳା ଙ୍କ ମନ୍ଦିର ରେ ସବୁଠାରୁ ଅଧିକ ଦିନ ଧରି ପାଳିତ ହେଉଥିବାର ପର୍ବ। ମା ଙ୍କ ମନ୍ଦିର ବେଢା ଭିତର ଦକ୍ଷିଣ ପାର୍ଶ୍ୱରେ ଥିବା ପ୍ରଭୁ ରାଧା କ୍ରୀଷ୍ଣ ଙ୍କ ମନ୍ଦିର ରେ ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପରେ ଆଲଟ ପଡେ, ସେଥିପାଇଁ ଠାକୁର ଙ୍କୁ ଚନ୍ଦନ ଲାଗି କରାଯାଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ର ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦନ ଯାତ୍ରା କରାଯାଇଥାଏ। ସମସ୍ତ ଦିନ ପ୍ରଭୁ ଙ୍କ ସ୍ନାନ ନୀତି ନିମନ୍ତେ ଚନ୍ଦନ, କର୍ପୁର,ହଳଦି,ଚୁଆ, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ,ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତି କରାଯାଏ। ସେହି ଜଳରେ ସ୍ନାନ କରିଥାନ୍ତି ପ୍ରଭୁ ରାଧା କୃଷ୍ଣ ଏବଂ ପରେ ପ୍ରତେକ ଦିନ ସଂନ୍ଧ୍ୟା ସମୟରେ ଶଙ୍ଖ, ଘଣ୍ଟ ଘଣ୍ଟା, ମୃଦଙ୍ଗ, ଖୋଳ ତାଳ, ମହୁରୀ, ହୁଳହୁଳି ସହ ଏକ ସୁସଜ୍ଜିତ ବିମାନ ରେ ପ୍ରଭୁ ରାଧା କୃଷ୍ଣ ବ୍ରାହ୍ମଣ, ଗୋପାଳ,ଖମାରେଇ, ବାରିକ ସମେତ ସମସ୍ତ ସେବାୟତ ଙ୍କୁ ଧରି ବାହାରିଯାଆନ୍ତି ନଗର ପରିକ୍ରମା , ଓ ନିକଟ ପ୍ରାଚୀ ନଦୀ ର ଚନ୍ଦନ ଘାଟ ନିକଟ କୁ l ସେଠାରେ ପ୍ରଭୁ ରାଧା କୃଷ୍ଣ ଜଳକ୍ରୀଡା ସହିତ ସୁସଜ୍ଜିତ ଡ଼ଙ୍ଗା ରେ ଚାପ ଖେଳିଥାଆନ୍ତି। ଏହି ପର୍ବ ମୋଟ ୨୨ ଦିନ ଧରି ପାଳିତ ହୋଇଥାଏ। ଏହାକୁ ପ୍ରଥମେ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ତିଥି ଠାରୁ ଆରମ୍ଭ କରାଯାଇଥାଏ,ମା'ଙ୍କର ଏହି ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ସମଗ୍ର ଓଡିଶା ରେ ପ୍ରସିଦ୍ଧି ଲାଭ କରିଛି। ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାଦ୍ଦୀରୁ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ।