Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 10/05/2025, ବିକ୍ରମ ଓଡ଼ିଶା ନିୟୁଜ: ସାରଳାହାଟ ର ପୁରାତନ ବ୍ୟବସାୟୀ ପ୍ରଭାକର ନାୟକ ବିୟୋଗରେ ଶୋକତିର୍ତ୍ତୋଲ-୧୦/୫- (ରିପୋର୍ଟ-ଟୁକନ ସେଠୀ)- ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସାରଳା ହାଟ ର ପୁରାତନ ବ୍ୟବସାୟୀ ପ୍ରଭାକର ନାୟକ ( ୭୩ ) ଙ୍କର ଗତ ଶନିବାର ଦିନ ପୂର୍ବାହ୍ନରେ, ପରଲୋକ ହୋଇଯାଇଛି। ସାରଳାହାଟ ରେ ଦୀର୍ଘ ଚାରିଦଶନ୍ଧି ଧରି ଧାନକଳ ଓ ଚୁଡ଼ାକଳ ପକାଇ ବ୍ୟବସାୟ କରିଆସୁଥିଲେ । କିଛିମାସ ଧରି ଶାରିରୀକ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ। ସେ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ବଡଶଶୁର। ତାଙ୍କର ବିୟୋଗରେ ସାରଳା ମନ୍ଦିର ପ୍ରଶାସନର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ସାହୁ , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ଅରୁଣ କୁମାର ମହାନ୍ତି , ସୁନୀଲ କୁମାର ସ୍ବାଇଁ, ହରେନ୍ଦ୍ର ଲେଙ୍କା , ଉଦୟ ନାଥ ପଣ୍ଡା , ପୁର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ସୁଦର୍ଶନ ବାରିକ , ବଂଶୀଧର ଭୋଳ ଓ ତାଙ୍କର ସାନଭାଇ ଭାସ୍କର ଚନ୍ଦ୍ର ନାୟକ, ଦିବାକର ନାୟକ ପ୍ରମୁଖ ଗଭୀର ମର୍ମାହତ ହେବା ସହିତ, ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଗ୍ରାମ୍ୟ ଶ୍ମଶାନ, କିନାଇଲୋ ଠାରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ସରୋଜ କୁମାର ନାୟକ ( ବୁଲୁ) ମୁଖା ଗ୍ନି ଦେଇଥିଲେ।(ନେଟରେ ଫୋଟୋ)