Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 11/05/2025, ବିକ୍ରମ ଓଡ଼ିଶା ନିୟୁଜ: ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ଟଙ୍କାତୋରାଣି ଏବଂ ଜଳ ସେବା

ତିର୍ତ୍ତୋଲ(ରିପୋର୍ଟ-ଟୁକନ ସେଠୀ):- ପରିବାରତୀର୍ଥ ଶିଶୁଅନନ୍ତ ଆଶ୍ରମରେ ଅନୁଷ୍ଠିତ ୫୬ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା ଅବସରରେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ତରଫରୁ ଆଶ୍ରମ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପାନୀୟ ବ୍ୟବସ୍ଥା କରାଯାଇଥିଲା | ଦହି ପଣା, ତରଭୁଜ ସର୍ବତ, ନାଣ୍ଡି ବଗୁଲି ସର୍ବତ, ପୁଦିନା ସର୍ବତ ଆଦି ପାନୀୟ ସହିତ ଟଙ୍କତୋରାଣି ସର୍ବାଗ୍ରେ ରହିଥିଲା | ତିର୍ତ୍ତୋଲ ସମ୍ବାଦିକ ସଙ୍ଘ, କଦମ୍ବ କ୍ଳବ ର ସମସ୍ତ ସଦସ୍ୟଙ୍କ ସହିତ ଅରିଲୋ, ଦେଉଳି, କେଶରଡ଼ା ଗ୍ରାମର ମୁରବୀ ଏବଂ ସ୍ବେଛାସେବୀ ମାନଙ୍କ ମିଳିତ ଉଦ୍ୟମରେ ଏହି ଟଙ୍କତୋରାଣୀ ବଣ୍ଟନ କାର୍ଯ୍ୟକ୍ରମ ସଫଳ ହେବା ସହିତ ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା | ଜଗନ୍ନାଥ ଧାମ ରୁ ମହାପ୍ରସାଦ ଆଣି ଏହି ଟଙ୍କତୋରାଣୀ ପ୍ରସ୍ତୁତ କରାଯାଇଥିଲା | ପଦ୍ମଶ୍ରୀ ବାବା ବଳିଆ ଙ୍କ ଆଜ୍ଞା ରେ ସନ୍ୟାସୀ ଶ୍ରୀବାସ ଦାସ ଏହି କାର୍ଯ୍ୟକ୍ରମ କୁ ଟଙ୍କତୋରାଣି ବାଣ୍ଟି ଶୁଭାରମ୍ଭ କରିଥିଲେ | ଆମ୍ବେରୀ ପଞ୍ଚାୟତ ବିଜେପିର କାର୍ଯ୍ୟକାରୀ ସଭାପତି ରଞ୍ଜିତ କୁମାର ମହାନ୍ତି ଏବଂ ସନ୍ୟାସୀ ଶ୍ରୀବାସ ଦାସ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ର ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ |ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଓଡିଶା ଗୃହ ନିର୍ମାଣ ନିଗମ ତରଫରୁ ଜଳ ଦାନ ଶିବିର ଆୟୋଜନ କରାଯାଇଥିଲା | ନିଗମ ର ଅଧକ୍ଷା ବିଜୟାଲକ୍ଷ୍ମୀ ମହାପାତ୍ର, ନିର୍ଦେଶକ ରାଜେଶ ମହାନ୍ତି, କଟକ ସଦର ମହିଳା ମୋର୍ଚ୍ଚା ସଭାପତି ଯାଜ୍ଞସେନୀ ଜେନା, ଅନିଲ କୁମାର ନାୟକ ପ୍ରମୁଖ ଙ୍କ ଉପସ୍ଥିତିରେ ଏହି ଶିବିର କୁ ସନ୍ୟାସୀ ଶ୍ରୀବାସ ଦାସ ଉଦଘାଟନ କରିଥିଲେ |
