Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରଘୁନାଥପୁର, 11/05/2025, ବିକ୍ରମ ଓଡ଼ିଶା ନିୟୁଜ: (ପ୍ରଭୁଙ୍କ ଅଲୈାକିକ ଲିଳାକୁ ଦେଖିବାପାଇଁ ଭକ୍ତିଙ୍କ ଭିଡ )
ଜଗତସିଂହପୁରତା =11/5/25
ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ ର ଗୋପାଳପୁର ଗ୍ରାମର କଟକ ପାରାପଦ୍ଵୀ ରାସ୍ତା ପାର୍ଶ୍ୱରେ ଥିବା ଚନ୍ଦନପୁସ୍କରଣୀରେ ପ୍ରତିବର୍ଷଭଳି ଚଳିତ ବର୍ଷ ମହାପ୍ରଭୁ ଯାଦବେନ୍ଦ୍ର ନାଥଙ୍କ ଚନ୍ଦନଯାତ୍ରା ମହାସମାରୋହରେ ପାଳିତ ହେଉଛି।ଏହି ଉତ୍ସବରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲାଘବପାଇଁ ପ୍ରଭୁଙ୍କ ଜଳକ୍ରିଡା ଉତ୍ସବ ଓଡିଆ ସଂକୣତିରେ ବର୍ଣ୍ଣିତ ରହିଛି।ଏହି ପର୍ବ ଓଡିଶାର ଅନ୍ୟତମ ପର୍ବଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ସତ୍ୟାନନ୍ଦ ସାହୁ,ଉପସଭାପତି କାର୍ତ୍ତିକ ଚନ୍ଦ୍ର ସାହୁ,ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରାୟ,ସହସମ୍ପାଦକ ବିଦ୍ୟାଧର ମହାନ୍ତି,ସଂଯୋଜକ କେଦାରନାଥ ସାହୁ,ଭାସ୍କର ପଟ୍ଟନାୟକ ଙ୍କ ସମେତ ଗ୍ରାମବାସୀ ଙ୍କ ସହଯୋଗ ରେ ଅନୁଷ୍ଠିତ ହେଉଛି।ଏହି ଉତ୍ସବ ଗତ ଗୁରୁବାର ଠାରୁ ଆରମ୍ଭହୋଇ ପବିତ୍ର ଚନ୍ଦନ ପୂର୍ଣ୍ଣିମାରେ ସମାପନହେବ। ଏହି ଉପଲକ୍ଷେ ପ୍ରତିଦିନ ସଂନ୍ଧ୍ୟାରେ ପ୍ରଭୁଙ୍କ ଚାପଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବାପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ମେଳିହୋଇ ପ୍ରଭୁଙ୍କ ଲିଳାକୁ ଦର୍ଶନ କରିଥାନ୍ତି।୫ଦିନବ୍ୟାପି ଏହି ଉତ୍ସବ ରେ ମିନାବଜର ଓ ସୁସ୍ୱାଦୁ ଖାଦ୍ୟ ମେଳର ଆୟୋଜନ କରାଯାଇଛି |ଜଗତିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ