Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ । 3

କୁଜଙ୍ଗ , 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ ।
Article Image
କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ କୁଜଙ୍ଗ 'ସମ୍ବାଦ ସାହିତ୍ୟଘର' ର ବାର୍ଷିକ ଉତ୍ସବ ଅନୁଷ୍ଠିତ । ଆୟୋଜିତ ଏହି ଉତ୍ସବ ରେ ଉଦଘାଟକ ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ଼ ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ଜଗତସିଂହପୁର ସାଂସଦ ଡ. ବିଭୂ ପ୍ରସାଦ ତରାଇ ଓ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ପ୍ରମୁଖ ଅନ୍ୟ ଅତିଥି ମାନେ ଯୋଗଦେଇ ଥିଲେ । ଆୟୋଜିତ ଏହି ଉତ୍ସବ ରେ କୁଜଙ୍ଗ ସମ୍ବାଦ ସାହିତ୍ୟ ଘର ର ଭାଷା ଓ ଘରକୁ ସମୃଦ୍ଧ କରିବା ଉପରେ ବକ୍ତବ୍ୟ ପ୍ରଦାନ କରା ଯାଇଥିଲା । ପ୍ରତିଘର ସାହିତ୍ୟ ଘର ହେଲେ ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ରହିବ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ବକ୍ତବ୍ୟ ରେ କହିଥିଲେ । ସାହିତ୍ୟ ଦୃଷ୍ଟିରୁ କୁଜଙ୍ଗ ଏକ ସମୃଦ୍ଧ ସ୍ଥାନ ହୋଇଥିବା ବେଳେ ଏଠାରେ ଅନେକ ସାହିତ୍ୟିକ ଅଛନ୍ତି , ତେଣୁ କୁଜଙ୍ଗ ସାହିତ୍ୟ ଘରକୁ ସମୃଦ୍ଧ କରିବା ପାଇଁ ସମସ୍ତ ଙ୍କର ଚେଷ୍ଟା ରହିବା ଦରକାର ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ରୁନିବାଳା ମଲ୍ଲିକ ଙ୍କ 'ନିଶାମୁକ୍ତ ଓଡିଶା' ନବୀନ କୁମାର ପ୍ରଧାନ ଙ୍କ 'ଜ୍ୟୋତ୍ସ୍ନା' , ଗୀତା ଦାସ୍ ଙ୍କ ' ପ୍ରାଣ ର ଜୟଶ୍ରୀ' ପୁସ୍ତକ ଅତିଥି ମାନେ ଉନ୍ମୋଚନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ କୁଜଙ୍ଗ ଅଞ୍ଚଳର ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । କାର୍ଯ୍ୟକ୍ରମ ର ପ୍ରଥମ ସୋପାନରେ କବିମାନେ ସ୍ବରଚିତ କବିତା ପାଠ କରିଥିବା ବେଳେ ପ୍ରାରମ୍ଭ ରେ ପାଇକ ଆଖଡ କଳାକାର ମାନେ ଏକ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ସଭାସ୍ଥଳୀକୁ ପାଛୋଟି ଆଣିଥିଲେ । ଏହି କାର୍ଯ୍ୟକ୍ରମ ରେ କୁଜଙ୍ଗ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ ।
Article Image
Article Image