ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କଟା ଗଣ୍ଡିର ଅଟହାସ୍ୟ, ହା... ହା.. ହା. 5

ତିର୍ତୋଲ, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: କଟା ଗଣ୍ଡିର ଅଟହାସ୍ୟ, ହା... ହା.. ହା..
Article Image
ତିର୍ତୋଲ 29/4ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ଅରିଲୋ-ବୋଧେଇରାସ୍ତା କଡ଼ରେ ହଟାତ ପଛରୁ ଶୁଭଲା ଡାକ, କାହାର ଡାକ ଇଏ
Article Image
ଅଟକାଇ ଡେଲି ମୋର ଗାଡିକୁ ଦେଖିଲି ଛୋଟ ଶିଶୁଟିଏ ଡଉଲ ଡାଉଲ ଚେହେରା ମୋ ନା ଧରୀ ଡାକୁଛି, ପାଖକୁ ଗଲି ପଚାରିଲି ଆରେ ପିଲା ତୁ ମୋତେ ଚିହ୍ନୁଲୁ କିପରି ପିଲାଟି ତାର କୁନିକୁନି ହାତ ଟି ବଢ଼େଇ ଦେଲା ଏକ କବନ୍ଧ ଆଡକୁ, ମୁଁ ଆବକ ହୋଇଗଲି କଣ ମା ତୋର ତ ଶରୀର ନାହିଁ ଖାଲି ଖାଲି କଟା ଗାଣ୍ଡିଟା ତାର ସେହି କଟା ଗଣ୍ଡି କୋଳରେ ଶିଶୁ କୁ ଜାବୁଡି ଧରି ଶୁଖିଯାଇ ଥିବା କେତେ ବୁନ୍ଦାରକ୍ତ ଭିଜା ଲୁହରେ ବଖାଣି ଲାତାର ଅନ୍ତର ର ବ୍ୟ ଥା.........
Article Image
ମୁଁ ଦେଖିଥିଲି ମହାବାତ୍ୟା ମୋର ଭାଇ ବନ୍ଧୁ କୁଟୁମ୍ବ ମାନେ ସେଥିରେନିଛିର୍ଣ ହୋଇଗଲେ ମୁଁ ଏକାକୀ ରହିଯାଇଥିଲି, ଏଇ ବାଟରେ ଗାଡି ମଟର ରେ କେତେ ରିଲିଫି ଗଲାବ୍ଲକ ବିଡ଼ିଓ ତହସିଲି ଦାର ବି ଗଲେହେଲେ ମୁଁ କାହାଠାରୁ ସାହାଯ୍ୟ ମାଗିନି, କି ବାସ ପାଇଁ ଗୁହାରି କରିନି ନିଜ ଉଦ୍ୟମରେ ପ୍ରକୃତି ସହିତ ଲଢ଼ି ଛୋଟରୁ ବଡ଼ ହେଲି ଶାଖା ପ୍ରସାଖା ମେଲି ବଡ଼ ଦ୍ରୁମରେପରିଣତ ହେଲି ପଥିକକୁ ଛାୟା ଦେଲି, ମଣିଷକୁ ଅମ୍ଳଜାନ ଦେଲି, ଅନେକ ପକ୍ଷୀ ଙ୍କର ମୋ ଶାଖା ଥିଲା ଆଶ୍ରୟ ସ୍ଥଳୀ,ମୋର ଶାଖା କୁ କାଟି ମଣିଷ ଜାଲେଣି କରି ଚାଲିଥିଲା ତ୍ୟାଗାରକି ଆନନ୍ଦ ଯିଏ କରିଛି ସେ ଜାଣିଛି,ମୋର ବିରାଟ ବପୁ ଦେଖି କାଠ ମାଫିଆ ମାନେ ମୋ ଉପରେ ଦୃଷ୍ଟି ପକାଇଲେ ଶେଷରେ ଏକ ନିର୍ଜନମୁହୂର୍ତ୍ତରେ ମୋ ଶରୀରକୁ ଟିକିଟିକି କରି କାଟିପକେଇଲେ ରକ୍ତ ପିପାସୁ ମଣିଷ ମାନେ, ଏମାନେ କଣ ଆତଙ୍କ ବାଦୀ ନୁହନ୍ତି ପହେଲେଗ୍ରାମନର ସଂହାର ଭଳି ପ୍ରତିଦିନ ଏମାନେ ରକ୍ତର ଛିଟା ପକାଇ ଚାଲିଛନ୍ତି,ଆମ ଜଗତସିଂହପୁର ବନବିଭାଗ ନୂଆପୋଖରୀ ଠାରେ କରତ କଳ ଶିଳ୍ପାଞ୍ଚଳ କରିଛନ୍ତି ମୋ ଭଳି ଅନେକ ବୃକ୍ଷ ଙ୍କ ପୋଷ୍ଟ ମଟମ ହୁଏ ସେଠି ରାତିଦିନ ଆଉ ଚରିଆଡେ କେବଳ କଟା ଗଣ୍ଡିର ଶଵ, ମୋପିଲା ବି ବିନା ସାହରା ରେ ବଞ୍ଚୁଛି, ଅନେକ ସ୍ବପ୍ନ ଦେଖୁଛି ହେଲେ ଏ କାଠ ମାଫିଆ ଆତଙ୍କ ବାଦୀ କବଲରୁ ବଞ୍ଚି ପରିବତ?ହା.. ହା.. ହା..କଥାଟା ଶୁଣି ମୋ ଆଖିରୁ ବି ଝରି ଆସିଥିଲା କେତେ ବୁନ୍ଦା ଲ୍ଲୁହ କେବଳ ସେହି ପବିତ୍ର ଆତ୍ମା ଯିଏ ମଣିଷ ଙ୍କ ଲାଗି ସର୍ବସ୍ବ ଦେଇ ସାରିଛି ଶେଷରେ ନିଜ ଶିଶୁକୁ ବି ସମଜର ମଙ୍ଗଳ ପାଇଁ ଦାନ କରିବାକୁ ପ୍ରସ୍ତୁତ ସେହି ପବିତ୍ର ବୃକ୍ଷ ର ଆତ୍ମାକୁ ଇଶ୍ୱର ସଦଗତି କରନ୍ତୁରିପୋର୍ଟ ଶ୍ରୀବତ୍ସ ପାଢ଼ୀ, ସ୍ୱତନ୍ତ୍ର ପ୍ରତିନିଧି ତିର୍ତୋଲ (ବିକ୍ରମ ଓଡିଶା )