Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ଙ୍କ ପରଲୋକ 1

ତିର୍ତ୍ତୋଲ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ଙ୍କ ପରଲୋକ ତିର୍ତ୍ତୋଲ-୧୨/୫-(ରିପୋର୍ଟ-ଟୁକନ ସେଠୀ)-ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ପଞ୍ଚାୟତ ଅଧିନ ତଥା ମାଆ ସାରଳା ଙ୍କ ପ୍ରାଚୀନ ପୀଠ ସ୍ଥଳି ଲଣ୍ଡାଦେଉଳ, ବଡ଼ଶାରୋଳ ( ହରିପୁର) ଗ୍ରାମର ଧର୍ମ ପ୍ରାଣl ଶତାୟୁ ମହିଳା ଧୋବଣୀ ଦେଈ ( ୧୦୧) ଙ୍କର ଗତ ସୋମବାର ବୁଦ୍ଧପୂର୍ଣ୍ଣମୀ ଦିନ ପ୍ରତ୍ୟୁଷ ରେ ପରଲୋକ ହୋଇଯାଇଛି। ସେ ଝଙ୍କଡ଼ରତ୍ନ ମଧୁସୂଦନ ରାଉଳ ଙ୍କର ଭାଣିଜି ଓ ସ୍ବର୍ଗତ ସୁଦର୍ଶନ ରାଉଳ ଙ୍କ ଧର୍ମପତ୍ନୀ ଓ ଜଣେ ଆଦର୍ଶ ଗୃହିଣୀ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଜନପ୍ରତିନିଧି ଓ ସାରଳା ମନ୍ଦିରର ପଣ୍ଡା ସେବକ ମାନେ ତାଙ୍କ ବାସଗୃହ କୁ ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଥିଲେ । ତେବେ ତାଙ୍କର ବିୟୋଗରେ ମର୍ମାହତ ହୋଇ ସମାଜସେବି ଅଶୋକ କୁମାର ମହାନ୍ତି , ଅରୁଣ ମହାପାତ୍ର , ବିଜୟ କୁମାର ରାଉଳ , ରଞ୍ଜନ କୁମାର ରାଉଳ , ନୃସିଂହ ଚରଣ ନାୟକ, ହରେକୃଷ୍ଣ ନାୟକ , ନିରଞ୍ଜନ ରାଉଳ , ତ୍ରିଲୋଚନ ରାଉଳ , ନୃସିଂହ ଚରଣ ରାଉଳ , ଫକୀର ଚରଣ ନାୟକ , ସିନ୍ଧୁ ନାୟକ , ଭବାନୀ ଶଙ୍କର ନାୟକ, ସ୍ମିତା ରାଉଳ, ସୁଶାନ୍ତ କୁମାର ରାଉଳ, ଦୀପା ସେନାପତି , ତୋଫାନି ସେନାପତି , ପ୍ରଭାତ ନାୟକ ଆରତୀ ରାଉଳ, ଶିବ ଚରଣ ଦାସ , ସୁବ୍ରତ ରାଉଳ , ସୁମନ୍ତ ରାଉଳ, ପୁତ୍ର ହରିଚରଣ ରାଉଳ, ଧରଣୀଧର ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଅଛନ୍ତି। ଗ୍ରାମ୍ୟ ଶ୍ମଶାନ ରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ କନିଷ୍ଠ ପୁତ୍ର ରମେଶ ଚନ୍ଦ୍ର ରାଉଳ ମୁଖାଗ୍ନି ଦେଇଥିବାର ଦେଖିବାକୁ ମିଳିଥିଲା।
Article Image