Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମରିଯିବ ଦେବୀ ନଦୀ ! ତିନି ଜିଲ୍ଲାର କୃଷି ପ୍ରଭାବିତ ବିପନ୍ନ ହେବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା 3

ଜଗତସିଂହପୁର , 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ମରିଯିବ ଦେବୀ ନଦୀ !ତିନି ଜିଲ୍ଲାର କୃଷି ପ୍ରଭାବିତ
Article Image
ବିପନ୍ନ ହେବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା
Article Image
ଜଗତ ସିଂହପୁର ସହର ନିକଟ ଦେଇ ପ୍ରବାହିତ ହେଉଛି ଦେବୀ ନଦୀ । ଦେବୀ ନଦୀ ଜଗତ ସିଂହପୁରର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ରହିଛି । କୃଷି,ଜଳ ସେଚନ,ପାନୀୟ ଜଳ ଯୋଗାଣ ସହ ନଦୀ ତଟବର୍ତ୍ତି ଅଞ୍ଚଳରେ ଅନେକ ଛୋଟ ଛୋଟ କୁଟୀର ଶିଳ୍ପ ଗଢି ଉଠିଛି । ଏହା ସହ ନଦୀରୁ ମାଛ ମାରି ହଜାର ହଜାର ଲୋକେ ବଞ୍ଚି ଆସୁଛନ୍ତି ।ବିଶେଷ କରିଜଗତ ସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ୫୦ କିମି ମଧ୍ୟରେଏହି ନଦୀର ପାଣି ଚାଷୀଙ୍କ ପାଇଁ ମୁଖ୍ୟ ଉତ୍ସ ହୋଇଛି । ହେଲେ ମାର୍ଚ୍ଚ ମାସ ଶେଷ ବେଳକୁ ନଦୀରେ ପାଣି ନାହିଁ । ନଦୀର ଏକ କଡ଼ରେ ଛୋଟିଆ ଧାରରେ ଜଳ ପ୍ରବାହିତ ହେଉଛି ।ନଦୀ ଶୁଷ୍କ ହୋଇପଡିଛି । ମହାନଦୀରେ ପାଣି ନଥିବା ଯୋଗୁଁ ଶାଖା ନଦୀ ଗୁଡ଼ିକ ଶୁଖି ଯାଉଛି । ବର୍ତ୍ତମାନ୍ ଠାରୁ ନଦୀ ଗୁଡିକରେ ଆନିକଟ ବାନ୍ଧି ଜଳକୁ ଗଚ୍ଛିତ ରଖିବାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଫଳରେ ଜଳ ସଂରକ୍ଷଣ ହୋଇ ପାରିବ ,ଚାଷ ପାଇଁ ଜଳସେଚନ ଓ ପାନୀୟ ଜଳ ପାଇ ପର୍ଯ୍ୟାପ୍ତ ପାଣି ମିଲିପାରିବ । ହଜାର ହଜାର ମତ୍ସ ଜିବି ମାନେ ମାଛ ଧରି ଜୀବିକା ନିର୍ବାହ କରିପାରିବେ ।ଭୂତଳ ଜଳ ସ୍ତର ରେ ବୃଦ୍ଧି ଘଟିବ । ଏବେ ଠାରୁ ଦୃଷ୍ଟି ନଦେଲେ ଜଳ ଅଭାବ ଘଟି ନଦୀ ପାର୍ଶ୍ବବର୍ତ୍ତି ଅଞ୍ଚଳ ମରୁଭୂମି ପାଲଟି ଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।ମହାନଦୀ ର ଶାଖା ନଦୀ କାଠ ଯୋଡ଼ି । କାଠ ଯୋଡ଼ି ନଦୀରୁ ଉତ୍ପତ୍ତି ଦେବୀ ନଦୀ ।କଟକ ରୁ ବାହାରି ଜଗତସିଂହପୁର ଦେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ ନିକଟରେ ସମୁଦ୍ରରେ ମିଶିଛି। ପ୍ରାୟ ୧୦୦ କିମି ରୁ ଅଧିକ ଉର୍ଦ୍ଧ୍ବ ଦୈର୍ଘ୍ୟ ଦେଇ ପ୍ରବାହିତ ଦେବୀ ନଦୀ ୩ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ ଅଟେ । ବର୍ଷା ଅପେକ୍ଷା ଦେବୀ ନଦୀର ପାଣି ଉପରେ ନଦୀ ର ଉଭୟ ପାର୍ଶ୍ବ ଲୋକେ ଭରସା କରି ଆସୁଛନ୍ତି । ଦିନକୁ ଦିନ ନଦୀ ସୁଖୀ ଆସୁଥିବାରୁ ୩ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଏବେ ବିପନ୍ନ ହେବାକୁ ଯାଉଛି । ଦେବୀ ନଦୀ ଭଳି ଅନେକ ଛୋଟ ନାଳ ଓ ନଦୀର ମୃତ୍ୟ ଘଟିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବା ପାଇଁ ବଳିଷ୍ଠ ସାମ୍ବାଦିକ ଗଗନ ବିହାରୀ ସାହୁ ଦାବି କରିଛନ୍ତି |MO NO- 9937138952