Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଟାଇଲି ମିସ୍ତ୍ରୀକୁ ଛୁରା ମାଡ଼ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ନାଉଗାଁ ପୁଲିସ। 2

ନାଉଗାଁ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଟାଇଲି ମିସ୍ତ୍ରୀକୁ ଛୁରା ମାଡ଼ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ନାଉଗାଁ ପୁଲିସ।
Article Image
ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକଅନ୍ତର୍ଗତ କୋରୁଅ ନିକଟରେ ଟାଇଲ୍‌ ମିସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ କୁ ସେହି ଅଞ୍ଚଳ ରୁ ଗିରଫ କଲା ନାଉଗାଁ ପୋଲିସ l ସୂଚନା ମୁତାବକ ଗତ ପାଞ୍ଚ ତାରିଖ ଦିନ ନାଉଗାଁ ଥାନା ଅଞ୍ଚଳ ର କୋରୁଅ ନିକଟରେ ଭୁବନ ଅଞ୍ଚଳ ର ଟାଇଲ୍ ମିସ୍ତ୍ରୀ ରାଜ କୁମାର ସାହୁ କୁ କୋରୁଅ ଗ୍ରାମର ଉଗ୍ରେସନ ସ୍ୱାଇଁ ଙ୍କ ପୁଅ ଲିଟୁ ସ୍ୱାଇଁ ଉକ୍ତ ମିସ୍ତ୍ରୀ କୁ ଅଟକାଇ ଜୀବନରୁ ମାରିଦେବା ଉଦ୍ୟସରେ ଛୁରୀ ରେ ଆକ୍ରମଣ କରିଥିଲା, ଯେଉଁ ଆକ୍ରମଣ ରାଜ ଆହତ ହୋଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସତ ହୋଇ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଥିଲା l ନାଉଗାଁ ପୋଲିସ ଉକ୍ତ ଅଭିଯୋଗ କୁ ଆଧାର କରି ଗୋଟେ କେସ ୧୧୩/୨୦୨୫ ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ଲିଟୁ ସ୍ୱାଇଁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରା ଯାଇଥିବା ନେଇ ସୂଚନା ଦେଇଛି ନାଉଗାଁ ଥାନା ପୋଲିସ l
Article Image