Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶୁଆକଣ ଅଞ୍ଚଳ ରେ ବାଲ୍ୟ ବିବାହ କରିଥିବା ନାବାଳିକା ଉଦ୍ଧାର 2

ନାଉଗାଁ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶୁଆକଣ ଅଞ୍ଚଳ ରେ ବାଲ୍ୟ ବିବାହ କରିଥିବା ନାବାଳିକା ଉଦ୍ଧାର
Article Image
ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ସ୍ତିତଶୁଆକଣ ଅଞ୍ଚଳ ରେ ବାଲ୍ୟ ବିବାହ କରିଥିବା ପଟ୍ଟାମୁଣ୍ଡେଇ ଅଞ୍ଚଳ ର ନାବାଳିକା କୁ ଉଦ୍ଧାର କରିଛି ନାଉଗାଁ ଶିଶୁ ସୁରକ୍ଷା ଓ ମଙ୍ଗଳ ଅଧିକାରୀଣି ଙ୍କ ସହିତ ଜିଲ୍ଲା ଶିଶୁ ସୁରକ୍ଷା କମିଟି l ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ ପଟ୍ଟାମୁଣ୍ଡେଇ ଅଞ୍ଚଳ ର ଜୈନିକ ବ୍ୟକ୍ତିଙ୍କର ନାବାଳିକା ଝିଅ ନାଉଗାଁ ଥାନା ଅଞ୍ଚଳ ର ଜୈନିକ ଯୁବକ ଅପହରଣ କରି ଥିବା ନେଇ ଏକ ଅଭିଯୋଗ ହେବା ପରେ, ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟି କୁ ଥାନା ପକ୍ଷରୁ ଏ ସମ୍ବଦ୍ଧରେ ଅବଗତ କରାଇବା ପରେ, ଆଜି ଏକ ଟିମ ନାଉଗାଁ ଶିଶୁ ସୁରକ୍ଷା ଓ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବାସନ୍ତୀ ମାଇଁନ,ମହିଳା ସୁପର ଭାଇଜର ସାବିତ୍ରୀ ମୁଦୁଲି,ଜିଲ୍ଲା ଏଚେଇଡ଼ବୁଲ ବନଯା ପ୍ରିୟ ଦର୍ଶନୀ ସ୍ୱାଇଁ, ଓ ନାଉଗାଁ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ସୁରକ୍ଷିତ ଭାବେ ଉକ୍ତ ନାବାଳିକା କୁ ଉଦ୍ଧାର କରାଜାଇ ଛି, ତେବେ ଏ ସଂକ୍ରାନ୍ତରେ ବ୍ଳକ ଶିଶୁ ସୁରକ୍ଷା ମଙ୍ଗଳ ଅଧିକାରୀ ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରାଯାଇଛି l ଅନ୍ୟପଟେ ସମସ୍ତ ଆଇନିଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପରେ ଉକ୍ତ 15 ବର୍ଷୀୟ ନାବାଳିକା କୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି l
Article Image