Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ପାଳିତ 1

ବୁଗୁଡ଼ା, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ବୁଗୁଡ଼ାରେ ନୃସିଂହ ଚର୍ତୁଦଶୀ ପାଳିତ
Article Image
ବୁଗୁଡ଼ା,୧୨/୦୫(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଳଦେବ ମନ୍ଦିରପରିସରସ୍ଥ ନୃସିଂହ ମନ୍ଦିରରେ ରବିବାର ଦିନ ନୃସିଂହ ଚର୍ତୁଦଶୀ ପାଳିତ ହୋଇଯାଇଛି । ଏ ଅବସରରେ ପୂର୍ବାହ୍ନରେ ଠାକୁରଙ୍କ ଷୋଡ଼ଶୋପଚାର ପୂଜା, ମଙ୍ଗଳ ଆଳତି, ଅଭିଷେକ ଏବଂ ସନ୍ଧ୍ୟା କାଳରେ ମହା ଆଳତି, ହୋମ ସହ ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା । ପୁରୋହିତ ରାମାନୁଜ ମହାପାତ୍ର , ଦୁର୍ଗା ମାଧବ ପାଣି ଓ ପଦ୍ମ ଚରଣ ଦାଶ ଶର୍ମାଙ୍କ ପୌରହିତ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଜଗନ୍ନାଥ ଅଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗକରିଥିଲେ । ଠାକୁର ନୃସିଂହନାଥଙ୍କ ଦର୍ଶନାର୍ଥେ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ଏ ଅବସରରେ ଚୌଦଳରେ ଠାକୁର ନୃସିଂହନାଥଙ୍କୁ ବିରାଜମାନ ପୂର୍ବକ ବାଦ୍ଯ ବାଜଣା ସହ ନଗର ଭ୍ରମଣ କରାଯାଇଥିଲା ।