Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଚତୁର୍ଦଶୀ ମେଳାରେ ଖୋଲିଲା ଅସହାୟ ଲୋକଙ୍କ ପାଇଁ ବସ୍ତ୍ରଦାନ ଷ୍ଟଲ
ଆଜି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ଅରିଲୋ ସ୍ଥିତ ପରିବାର ତୀର୍ଥ ଶିଶୁ ଅନନ୍ତ ଆଶ୍ରମରେ ରାଷ୍ଟ୍ର ପ୍ରସିଦ୍ଧ ଚତୁର୍ଦଶୀ ମେଳା ଅବସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗ ଦର୍ଶନରେ ବିଶିଷ୍ଟ ସମାଜସେବୀ ତଥା ବସ୍ତ୍ରହୀନଙ୍କ ବନ୍ଧୁ ଭାବେ ପରିଚିତ ଶ୍ରୀଯୁକ୍ତ ଗଗନ ବିହାରୀ ପାଇଟାଲଙ୍କ ଉଦ୍ୟମରେ ଏକ ଷ୍ଟଲ ଖୋଳାଯାଇ କିଛି ଦରିଦ୍ର ଓ ନିଃସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ବାବା ବଳିଆଙ୍କ ଶିଷ୍ୟ ତଥା ସମାଜସୁଧାରକ ଡ଼ଃ ଅରୁଣ କୁମାର ପାଣି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଆସ ଆମେ ଭଲ ମଣିଷ ହେବାର ସଂଯୋଜକ ସୁରେଶ ଚନ୍ଦ୍ର ସ୍ୱାଇଁ,ସମାଜସେଵୀ ନୀତେଶ ଜେନା,ବିଶ୍ଵରଂଜନ ନାୟକ,ମାନସରଞ୍ଜନ ରାଉତ, ସାରଦା ପ୍ରସାଦ ମଲ୍ଲ, ରାମାୟଣୀ ପଣ୍ଡିତ ଅଭୟ ଦାସ,ବିଭୁତି ଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।