Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପଦ୍ମଲୋଚନ ସାହିତ୍ୟ ସାଧନ କେନ୍ଦ୍ର ପକ୍ଷ ରୁ ସାରସ୍ୱତ ସମ୍ମେଳନ ଓ ସମ୍ୱର୍ଦ୍ଧନା ଉତ୍ସବ 1

ତିର୍ତ୍ତୋଲ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ପଦ୍ମଲୋଚନ ସାହିତ୍ୟ ସାଧନ କେନ୍ଦ୍ର ପକ୍ଷ ରୁ ସାରସ୍ୱତ ସମ୍ମେଳନ ଓ ସମ୍ୱର୍ଦ୍ଧନା ଉତ୍ସବ ତିର୍ତ୍ତୋଲ, ୧୨/୫-(ରିପୋର୍ଟ-ଟୁକନ ସେଠୀ)- ପଦ୍ମଲୋଚନ ସାହିତ୍ୟ ସାଧନ କେନ୍ଦ୍ର ହଳଦିଆ ପକ୍ଷ ରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୁରୀଜେନା ଠାରେ ସାରସ୍ୱତ ସମ୍ମେଳନ ଓ ସମ୍ୱର୍ଦ୍ଧନା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସାଧନ କେନ୍ଦ୍ର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଖଡ଼ଗପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବାବାଜୀ ଚରଣ ପଢ଼ିଆରି ଯୋଗଦେଇ ଭାରତର ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାରେ ସାହିତ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି କହିଥିଲେ l ମୁଖ୍ୟ ବକ୍ତା ପୂର୍ବତନ ଜିଲ୍ଲା ପରିଷଦ ତଥା ସାହିତ୍ୟକ ହେମନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ସେଣ, ଖଡଗପୁର ମଠ ର ଅଧିକାରୀ ଭାଗ୍ୟ ଧର ଦାସ, ଶିକ୍ଷାବିତ କମଳାକାନ୍ତ ପରିଜା ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଶରତ କୁମାର ତରେନିଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ପଣ୍ଡିତ ପ୍ରବୋଧ ରଥ, ପ୍ରଶାନ୍ତ ସ୍ବାଇଁ, ନରେନ୍ଦ୍ର ନାୟକ, ଶୁଭ୍ରାଂଶୁ ଶେଖର ପଶାୟତ, ଲକ୍ଷ୍ମୀଧର ନାୟକ, ବିଜୟ ମହାନ୍ତି, ରଞ୍ଜନ ପ୍ରଧାନ ସମେତ ପ୍ରତିଭା ଧର ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ଫଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଯୋଶବନ୍ତ ଦାସ ଅତିଥି ପରିଚୟ ଓ ନୃସିଂହ ଚରଣ ନାୟକ ଧନ୍ୟବାଦ ଦେଇଥିଲେ l
Article Image