Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶ୍ରୀରାମ ମନ୍ଦିର ଓ ସିଦ୍ଧ ମହାବୀର ଙ୍କ ବାର୍ଷିକ ଉତ୍ସବ:ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ 1

ତିର୍ତ୍ତୋଲ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀରାମ ମନ୍ଦିର ଓ ସିଦ୍ଧ ମହାବୀର ଙ୍କ ବାର୍ଷିକ ଉତ୍ସବ:ଯୋଗ ଦେଲେ ଶିଳ୍ପ ମନ୍ତ୍ରୀତିର୍ତ୍ତୋଲ-୧୨/୫-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ରେ ଥିବା ପ୍ରଭୁ ଶ୍ରୀରାମ ଙ୍କ ଦ୍ୱିତୀୟ ଓ ସିଦ୍ଧ ମହାବୀର ଙ୍କ ଦଶମ ତମ ବାର୍ଷିକ ମହୋତ୍ସବ ଖୁବ ଧୁମ ଧାମ ରେ ପାଳିତ ହୋଇ ଯାଇଛି, ପଂଚାୟତ ର ପ୍ରତ୍ୟକ ଶ୍ରଦ୍ଧାଳୁ ଙ୍କ ସମେତ ଆଖ ପାଖ ର ଅନେକ ଶ୍ରଦ୍ଧାଳୁ ଙ୍କ ସମାବେଶ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା, ଆଠ ତାରିଖ ରୁ ଏଗାର ତାରିଖ ବ୍ୟାପି ଏହି କାର୍ଯ୍ୟ ଓ ନୀତିକାନ୍ତି, ପୂଜାର୍ଚନା ଖୁବ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି, ଦୀର୍ଘ ବାର ବର୍ଷ ଧରି ଏହି ଆଧ୍ୟାତ୍ମିକ ମହୋତ୍ସବ ଲୋକ ଙ୍କ ସୁଖ ଶାନ୍ତି ରେ ସହାୟକ ହୋଇ ଆସିଛି ଓ ଅନେକ ବିଭୁକୃପା ଲାଭ କରିଥିବା କହିଛନ୍ତି,
Article Image
ନିୟମିତ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟ କୁ ଶ୍ରଦ୍ଧାଳୁ ମାନେ ଉପଭୋଗ କରି ଆନନ୍ଦ ପ୍ରାପ୍ତି ହୋଇଥାନ୍ତି,ଏହି କାର୍ଯ୍ୟ ରେ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ, ଗ୍ରାମର ଆବାଳ ବୃଦ୍ଧ ବନିତା ମନ୍ତ୍ରୀ ମହୋଦୟ ଙ୍କୁ ଏକ ବିଶେଷ ଶୋଭାଯାତ୍ରା ରେ ଶଙ୍ଖ ହୁଳହୁଳି ସହ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ, ଏଥିରେ ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ବହୁ ବୁଦ୍ଧିଜୀବୀ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା, ଭବ୍ୟ ଶ୍ରୀରାମ. ମନ୍ଦିର ର ଆଉକିଛି ଉନ୍ନତି କରଣ କାର୍ଯ୍ୟ କରିବା ଓ ପଞ୍ଚାୟତ ର ଅନ୍ୟାନ୍ୟ ସମସ୍ୟା ଦୂରୀକରଣ ପାଇଁ ମନ୍ତୀ ପ୍ରତିଶୃତି ମଧ୍ୟ ଦେଇଥିଲେ, ଏହି ଭବ୍ୟ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ ଧୁମ ଧାମ ରେ ପାଳିତ ହୋଇଯାଇଛି,
Article Image