Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତ୍ତୋଲ ରେ ଶିକ୍ଷକ ଙ୍କ ତାଲିମ ଶିବିରରେ ହଟ୍ଟଗୋଳ। 2

ତିର୍ତ୍ତୋଲ, 28/04/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ରେ ଶିକ୍ଷକ ଙ୍କ ତାଲିମ ଶିବିରରେ ହଟ୍ଟଗୋଳ।ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଙ୍କୁ ଘେରିଲେ ଶିକ୍ଷୟିତ୍ରୀ।
Article Image
ସୁରକ୍ଷା ଦେଲେ ଓ ଟଙ୍କା ବାଣ୍ଟିଲେ ମଣ୍ଡପ ମାଲିକତିର୍ତ୍ତୋଲ-୨୮/୪-(ରିପୋର୍ଟ-ଟୁକନ)ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମଣ୍ଡଳ ଶିକ୍ଷା‌ ଅଧିକାରୀ ଙ୍କ ଦ୍ବାରା ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିରରେ ଅବହେଳା କରାଯାଉଥିବା ନେଇ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଘେରିବା ସହିତ ତାଲିମ ଶିବିରରେ ହଟ୍ଟଗୋଳ କରିଥିଲେ। ସକାଳୁ ତାଲିମ ଶିବିର ଆରମ୍ଭ ହୋଇଥିବା ବେଳେ ଦାବିତ୍ବରେ ଥିବା ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଉପସ୍ଥିତ ନଥିଲେ କି କୈାଣସି ପାନୀୟ ଜଳ ସହିତ ଓଆରଏସ ର ବ୍ୟବସ୍ଥା କରିନଥିଲେ।ଯାହା ଫଳରେ ଶଙ୍ଖଶ୍ଵର ଅଞ୍ଚଳର ଶିକ୍ଷୟିତ୍ରୀ ମଧୁସ୍ମିତା ଓଝା ନାମକ ଶିକ୍ଷୟିତ୍ରୀ ମୁଣ୍ଡବୁଲାଇ ତଳେ ପଡି ଯାଇଥିଲେ। ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେ ସୁସ୍ଥ ହୋଇଥିଲେ। ମେଡିକାଲ କୁ ମଧ୍ୟ ବିଷ୍ଣୁପ୍ରିୟା ଦେବୀ ଜାଇନଥିବା ଦେଖିବାକୁ ମିଳିଥିଲା।ଖାଲି ସେତିକି ନୁହେଁ ଅଭିଯୋଗ ଅନୁଯାୟୀ ଏକଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଲକ୍ଷ ପଚାସ ହଜାର ରୁ ଉର୍ଦ୍ଧ୍ଵ ଟଙ୍କା ଟିଫିନ୍ ଓ ମଧ୍ୟାହ୍ନ ଭୋଜନ ଏବଂ ତାଲିମ ସମ୍ପର୍କିତ ଖର୍ଚ କରିବା ପାଇଁ ବ୍ୟୟବରାଦ ହୋଇଛି। ଏହି ଟଙ୍କା ଅତିରିକ୍ତ ମଣ୍ଡଳ ଶିକ୍ଷା‌ ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କ ଆକାଉଣ୍ଟ କୁ ପଠାଯିବା ସହିତ ତାଙ୍କ ଦ୍ଵାଇତ୍ବରେ ଏହି ତାଲିମ ଶିବିରଟି ସଠିକ୍ ଭାବେ ପରିଚାଳନା କରିବା ପାଇଁ ମଣ୍ଡଳ ଶିକ୍ଷା‌ ଅଧିକାରୀ ଅକ୍ଷୟ କୁମାର ବେହେରା ଦ୍ବାଇତ୍ୱ ଦେଇଥିଲେ। କିନ୍ତୁ ସେ ସମସ୍ତ ଅର୍ଥ କୁ ଖର୍ଚ୍ଚ ନ କରି , ରୋଷେଇ ଓ ଟିଫିନ୍ ନଦେଇ ନିଜ ଭ୍ୟାନିଟ ଗରମ କରୁଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଲିମ ଶିବିରରେ ତାଙ୍କୁ ଘେରିବା ସହିତ ହଟ୍ଟଗୋଳ ମଧ୍ୟ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିରରେ ଅର୍ଥ କୁ ଆତ୍ମସାତ କରୁଥିବା ବିଷ୍ଣୁପ୍ରିୟା ଦେବୀ ଙ୍କୁ କିଏ ସାହାସ ଦେଲା ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଶ୍ନ କରିଛନ୍ତି। ଶିକ୍ଷୟିତ୍ରୀ ମାନେ ଟିଫିନ୍ ଓ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥଲେ। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ଟଙ୍କା କୁ ଆତ୍ମସାତ କରୁଥିବା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ ଙ୍କ ଏଭଳି କାର୍ଯ୍ୟ କଳାପ ପାଇଁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉ ନାହଁ। ଏହାର ତଦନ୍ତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାବି କରିଛନ୍ତି।ଖାଲି ସେତିକି ନୁହେଁ ହଟ୍ଟଗୋଳ ହେବାରୁ ଏକ ମଣ୍ଡପ ପରିଚାଳକ ତଥା ସାମ୍ବାଦିକ ବୋଲାଉ ଥିବା ଭରତ ଦାସ କୁଆଡେ଼ ବିଷ୍ଣୁପ୍ରିୟା କୁ ସୁରକ୍ଷା ଯୋଗାଇବା ସହିତ ତାଲିମ ଶିବିରରେ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସେ ତ ଶିକ୍ଷାବିଭାଗର କୈାଣସି ଅଧିକାରୀ ନୁହଁନ୍ତି ସେ କାହିଁକି ଟଙ୍କା ବାଣ୍ଟୁଥିଲେ। ଶିକ୍ଷା ଅଧିକାରୀଣୀ ବିଷ୍ଣୁପ୍ରିୟା ଦେବୀ କହିଛନ୍ତି ସିଆରସିସି ତାଙ୍କ ଠାରୁ ଟଙ୍କା ଛଡ଼ାଇ ନେଇଛନ୍ତି।ଯଦି ସିଆରସିସି ଟଙ୍କା ଛଡ଼ାଇ ନେଇଥିଲେ ତେବେ ଭରତ କେଉଁଠୁ ଟଙ୍କା ଆଣିଲେ ବୋଲି ପ୍ରଶ୍ନ ଉଠୁଛି।ନିଜର ସୁରକ୍ଷା ପାଇଁ ବିଷ୍ଣୁପ୍ରିୟା ତାଙ୍କୁ ସାଥିରେ ରଖିଥିବା ଶୁଣିବାକୁ ମିଳୁଛି।ଏଥି ସହିତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରୀ ଦାସ ଧମକ ଚମକ ଦେବା ସହିତ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ ଶିକ୍ଷା ବିଭାଗର ଏଭଳି କାର୍ଯ୍ୟ କୁ ସାଧାରଣରେ ନିନ୍ଦା କରାଯିବା ସହିତ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବି ହୋଇଛି।(ନେଟରେ ଫୋଟୋ)