Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାକଟପୁର ରେ ସୂଚନା ଅଧିକାର ଅଭିଯାଜ କର୍ମଶାଳା ତାଲିମି ଶିବିର 3

କାକଟପୁର, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର ରେ ସୂଚନା ଅଧିକାର ଅଭିଯାଜ କର୍ମଶାଳା ତାଲିମି ଶିବିର
Article Image
ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଯୁବ ପୀଢ଼ି ଙ୍କ ପ୍ରୟାସ
Article Image
କାକଟପୁର 12/5 ( ତୁଷାର ଦୀକ୍ଷିତ ) କେଉଁ ବିଭାଗ ରୁ ଅନୁଦାନ କେତେ ଆସୁଛି ଏବଂ ଠିକ ଭାବରେ କାର୍ଯ୍ୟ ହେଉଛି କି ନାହିଁ ଏହା ବୁଝିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଆର ଟି ଆଇ ହେଉଛି ଏକ ଅମୋଘ ଅସ୍ତ୍ର କିନ୍ତୁ ଏହି ଆଳରେ କିଛି ଲୋକ ଆର ଟି ଆଇ ମାଗି କଥାକୁ ରଫା ଦଫା ଵି କରି ଦେଉଛନ୍ତି କିଛି ଲୋକ ବୋଲି ଆଲୋଚନା ମଧ୍ୟ ଶୁଣିବାକୁ ମିଳେ ସବୁ କୁ ଦୃଷ୍ଟି ରେ ରଖି କାକଟପୁର ର କିଛି ଯୁବକ ମାନଙ୍କ ପ୍ରଚେଷ୍ଟା ରେ ଏକ ଆର ଟି ଆଇ ତାଲିମ ଦିଆ ଯାଉଥିବା ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା କାକଟପୁର ମୋତି କଲ୍ୟାଣ ମଣ୍ଡପ ଠାରେ ସୂଚନା ଅଧିକାର ଆଇନ ଅଭିଯାନ ର ଏକ କର୍ମୀ ସମ୍ମିଳନୀ ବା ତାଲିମି ଶିବିର ସମରେନ୍ଦ୍ର ଦୀକ୍ଷିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ , ରାଜ୍ୟ ସଂଯୋଜକ ସୁଧୀର ମହାନ୍ତି , ପୁରୀ ଜିଲ୍ଲା ଆବାହକ ଦିବାକର ନାୟକ ,ବରିଷ୍ଠ କର୍ମୀ ପୂର୍ଣଚନ୍ଦ୍ର ନାୟକ, ରୁପେଶ ସାହୁ ଙ୍କ ସମେତ କିଛି ଯୁବ ଗୋଷ୍ଟି ଏହି ତାଲିମ ରେ ଯୋଗ ଦେଇଥିଲେ, ଆନୁଷ୍ଠାନିକ ଭାବେ ଶିବିରକୁ ଆରମ୍ଭ କରାଯାଇଥିଲା । ସାରା ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନା ରେ ସାଧାରଣ ନିରୀହ ଗରିବ ଲୋକ ମାନେ ଦୁର୍ନୀତି ର ଶିକାର ହେଉଛନ୍ତି ତାକୁ ରୋକ ଲଗାଇବାକୁ ଏହା ଏକ ପ୍ରକାର ପ୍ରୟାସ କହିଲେ ଵି ଅତ୍ୟୁକ୍ତି ହେବନି ଏହା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ନୂତନ ଭାବେ ଯୋଗଦେଇଥିବା ସୂଚନା ଅଧିକାର କର୍ମୀ ମାନଙ୍କୁ ବିଭିନ୍ନ ଅଫିସ ମାନଙ୍କରେ ହେଉଥିବା ଦୁର୍ନୀତି ପାଇଁ ସୂଚନା ଅଧିକାର ଆଇନି ଆଧାର ରେ ତଥ୍ୟ ମାଗିବା ର କୌଶଳ ଏବଂ ତାଲିମ ମଧ୍ୟ ଦିଆ ଯାଇଥିଲା , ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ସେ ବିଷୟରେ ସୂଚନା ଦେଇ କହିଥିଲେ ଯେ ସରକାର ତ ସାଧାରଣ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧମରେ ଅର୍ଥ ରାଶି ମଞ୍ଜୁର କରୁଛନ୍ତି କିନ୍ତୁ ଏହା ସଠିକ ଭାବରେ କାର୍ଯ୍ୟ କ୍ଷମ ହେଉଛି ନାଁ ନାହିଁ କି କିଏ ଏହି ଏହି ଗରିବ ଧନ ବା ସାଧାରଣ ଜନତା ଙ୍କ ବିକାଶ ର ପଥ କୁ ରୋକି ବିଭିନ୍ନ ଗଠନ ମୂଳକ କାମରେ ବାଧା ନ ଉପଜିବାକୁ ତାକୁ ତନଖି କରିବାର କାର୍ଯ୍ୟ ଯୁବ ସମାଜ ଉପରେ ନିର୍ଭର କରେ, ତତ ସହିତ ଏହାର ଲୋକ ଲୋଚନକୁ ଏବଂ ସରକାର ଙ୍କ ଦୃଷ୍ଟି କୁ ଆଣିବା ଗଣ ମାଧ୍ୟମର କାମ ଏହି ଶିବିରରେ ତୁଷାର ବଳିୟାରସିଂହ, ଚିତ୍ତରଞ୍ଜନ ସେଠୀ , ବିଜୟ କୁମାର ବେହେରା ,ବସନ୍ତ କୁମାର ମଲ୍ଲ, ପ୍ରିୟବ୍ରତ ବିଶ୍ୱାଳ, ହୃଦାନନ୍ଦ ସାସମଲ,ଚିନ୍ମୟ ପୋଲେଇ , କରୁଣାକର ସେନାପତି ,ବିକାଶ ଚନ୍ଦ୍ର ରାୟ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଯୋଗଦେଇଥିଲେ, ଆଗକୁ ଆହୁରି ଯୁବ ବର୍ଗ ଙ୍କୁ ସାମିଲ କରାଯିବାର ଵେବସ୍ତା ରହିଛି ବୋଲି ଆଲୋଚନା ଚାଲିଛି,