Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗାରୋଇ ଜଗନ୍ନାଥ ମନ୍ଦିରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ। 2

ନାଉଗାଁ, 12/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗାରୋଇ ଜଗନ୍ନାଥ ମନ୍ଦିରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ।
Article Image
ନାଉଗାଁ ୧୨/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ଅନ୍ତର୍ଗତ ଗାରୋଇ ଜଗନ୍ନାଥ ମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କର ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାରମ୍ପରିକ ରିତିନୀତି ଅନୁସାରେ ପାଳନ କରାଯାଉଛି।ଏହି ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଏକୋଇଶି ଦିନ ପଯ୍ୟନ୍ତ ଚାଲେ ଏବଂ ଭଉଁରୀରେ ଶେଷ ହୁଏ। ଶ୍ରୀ ବିଗ୍ରହମାନେ ସୁଶୋଭିତ ହାନ୍ଦୋଳାରେ ପାରମ୍ପରିକ ବେହେରା ସେବକ ମାନଙ୍କ ଦ୍ଵାରା ଚନ୍ଦନ ପୃଷ୍କରୀଣି କୁ ଆସିଥାନ୍ତି, ସାଥିରେ ଘଣ୍ଟ ଘଣ୍ଟା ଆଲଟ ଚାମର କାହାଳୀ ଓ ମୃଦଙ୍ଗ ସହ ମହା ସମାରୋହରେ ଆସିଥାନ୍ତି। ଭକ୍ତ ସେବକ ଓ ଭକ୍ତ ମାନଙ୍କ ହରିବୋଲ ହୁଳହୁଳିରେ ଚନ୍ଦନ ପୃଷ୍ଳରିଣୀ ପରିସର ପ୍ରକମ୍ପିତ ହୁଏ। ଶ୍ରୀ ବିଗ୍ରହଙ୍କ ସହ ବଡ ପଣ୍ଡା,ଘଣ୍ଟୁଆ ସେବକ, କୈବର୍ତ୍ତ ସେବକ ଏବଂ ଅନ୍ୟନ ସେବକ ମାନେ ଯାଇଥାଆନ୍ତି। ଶ୍ରୀ ବିଗ୍ରହମାନେ ଚନ୍ଦନ ପୃଷ୍ଳରିଣୀ ମଧ୍ୟରେ ଥିବା ମଣ୍ଡପରେ ପ୍ରତିଦୀନ ହୋମହୁଏ। ବିଗ୍ରହମାନେ ସୁ ସଜିତ ବୋଇତରେ ଚାପ ଖେଳନ୍ତି।ସେଇ ସମୟରେ ନାମ ସଂକୀର୍ତ୍ତନ ଚାଲିଥାଏ ପୃଷ୍ଳରୀଣି ପରିକ୍ରମା ପରେ ବିଗ୍ରହ ମାନେ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।
Article Image