Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଭୋଗଡ଼ା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ 2

ବୁଗୁଡ଼ା, 13/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭୋଗଡ଼ା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
Article Image
ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଭୋଗଡ଼ା ଗ୍ରାମ ଠାରେ ମଇ ୧୨ ତାରିଖ ସୋମବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ୍ ସେଣ୍ଟର ଚକ୍ଷୁ ଚିକିତ୍ସା ଟେକିନିସିଆନ୍ ନିବେଦିତା ମହାନ୍ତି ଓ ସାଇ ସିପ୍ରା ନାୟକଙ୍କ ଦ୍ବାରା ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡଧାରୀ ମାନଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ୮ ଜଣଙ୍କୁ ଚକ୍ଷୁ ପରଳ ହୋଇଥିବା ଚିହ୍ନଟ କରି ସାରିବା ପରେ ଚିକିତ୍ସା ପାଇଁଁ ବ୍ରହ୍ମପୁରର ରୁବି ଚକ୍ଷୁ ଚିକିତ୍ସାଳୟକୁ ପଠାଇବା ପାଇଁ ଚିହ୍ନଟ କରାଯାଇଛି। ସରକାରଙ୍କ ତରଫରୁ ଗମନା ଗମନ, ରହଣି, ଖାଦ୍ୟପେୟ, ଔଷଧ ଏବଂ ଚଷମା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଥିବା ବେଳେ ଏମାନଙ୍କର ଅପରେସନ ସମ୍ପୁର୍ଣ୍ଣ ମାଗଣାରେ କରାଯିବା ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି। ଏହି ଶିବିରରେ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟର ସନାତନ ବେହେରାଙ୍କ ତତ୍ତ୍ୱାବଧାନରେ ଭୋଗଡା ଠାରେ ଅନୁଷ୍ଠିତ ହୋଇଥିବା ଚକ୍ଷୁ ପରୀକ୍ଷାକୁ ସମାଜସେବୀ ଅଟଳ ବିହାରୀ ସାହୁ ପରିଚାଳନା ଦାୟିତ୍ଵ ସୁଚାରୁ ରୁପେ ତୁଲାଇଥିଲେ।