Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାମ୍ବାଦିକ ସମ୍ମିଳନୀ ମଧ୍ୟକୁ ମାଡ଼ି ଆସିଲେ ନିଳମ୍ବିତ ସଦସ୍ୟ ଓ କଲେ ହାଇ ଡ୍ରାମା 2

ପାରାଦ୍ୱୀପ , 13/05/2025, ବିକ୍ରମ ଓଡ଼ିଶା ନିୟୁଜ: ସାମ୍ବାଦିକ ସମ୍ମିଳନୀ ମଧ୍ୟକୁ ମାଡ଼ି ଆସିଲେ ନିଳମ୍ବିତ ସଦସ୍ୟ ଓ କଲେ ହାଇ ଡ୍ରାମା
Article Image
ଆଙ୍କର - ନିଲମ୍ବିତ ସଦସ୍ୟଙ୍କ ଜାଲିଆତି , ଜାଲିଆତି କୁ ନେଇ ସାମ୍ବାଦିକ ସମ୍ମିଳନୀ । ପାରାଦୀପ ର ସର୍ବ ପୂରାତନ ଶ୍ରମିକ ସଂଘ 'ପାରାଦୀପ ପୋର୍ଟ ଆଣ୍ଡ୍ ଡକ୍ ମଜଦୁର ୟୁନିୟନ ' ର କାଗଜପତ୍ର କୁ ଜାଲିଆତି କରା ଯାଇଥିବା ନେଇ ସଂଘ ର କର୍ମକର୍ତ୍ତା ମାନେ ଅଭିଯୋଗ ଆଣିଛନ୍ତି । ଏନେଇ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ଆଣିଛନ୍ତି । ସଂଘରୁ ନିଲମ୍ବିତ ହୋଇଥିବା ସଦସ୍ୟ ନିରଞ୍ଜନ ମହାପାତ୍ର ଓ ବିଜୟ ବରାଳ ସଂଘ କାର୍ଯ୍ୟାଳୟ ର ଲୋଗୋ ଓ ଠିକଣା ଥିବା ପ୍ୟାଡ୍ କୁ ବ୍ୟବହାର କରିବା ସହିତ ବ୍ୟାଙ୍କ ଓ ବିଭିନ୍ନ ଦପ୍ତରୀରେ କାଗଜପତ୍ର ଦେଇ ସଂଘକୁ ଅକ୍ତିଆର କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ଯେଉଁ ଥିରେ ସଂଘରୁ ବିତାଡିତ ନିରଞ୍ଜନ ମହାପାତ୍ର ସଂଘର ସାଧାରଣ ସଂପାଦକ ଭାବେ ଥିବା ନିଜକୁ ଦର୍ଶାଇ ବେଆଇନ ଭାବେ ବ୍ୟାଙ୍କ ର ଖାତା କୁ ନିଜ ଅକ୍ତିଆର କୁ ନେବାକୁ ଚାହୁଁ ଥିଲେ । ଏହି ଖବର ବର୍ତ୍ତମାନର ଥିବା ପାରାଦୀପ ପୋର୍ଟ ଆଣ୍ଡ୍ ମଜଦୁର୍ ୟୁନିୟନ ର କର୍ମକର୍ତ୍ତା ମାନେ ଯାଣିବାକୁ ପାଇଥିଲେ । ଏନେଇ ଉପଯୁକ୍ତ ନଥିପତ୍ର ଦେଖାଇ ବ୍ୟାଙ୍କ ଖାତା କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ପୂର୍ବ ପରି ସୂଚାରୁ ରୂପେ ପରିଚାଳନା କରିବା ସହିତ ୟୁନିୟନ ରୁ ବିତାଡିତ କର୍ମକର୍ତ୍ତା ଙ୍କ ନାମରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ବିଭିନ୍ନ ଉପାୟରେ ବେଆଇନ ଭାବେ ସାଧାରଣ ପରିଷଦ ବୈଠକ ଦର୍ଶାଇ କିଛି ସଦସ୍ୟଙ୍କ ଦସ୍ତଖତ କୁ ଅଗୋଚରରେ ନେଇ ୟୁନିୟନ କୁ ଅକ୍ତିଆର କରିବା ପାଇଁ ପ୍ରଚେଷ୍ଟା ବିଫଳ ହେବା ପରେ ୟୁନିୟନ କାର୍ଯ୍ୟାଳୟ ରେ ପଶିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏନେଇ ସଂଘ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘର ଗାରିମା କୁ ବଜାୟ ରଖିବା ଉଦ୍ଦେଶ୍ୟ ରେ ସଂଘରୁ ବିତାଡିତ କର୍ମକର୍ତ୍ତା ଓ ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ସଂଘ । ଏହି ବିଶାଳ ଶ୍ରମିକ ସଂଘ ସ୍ବର୍ଗତ ଘନଶ୍ୟାମ ଜେନା ଙ୍କ କରକମଳରେ ପ୍ରତିଷ୍ଠା ହୋଇଥିବା ବେଳେ ଦୀର୍ଘ ୪୬ ବର୍ଷ ହେବ ଟ୍ରେଡ୍ ୟୁନିୟନ ଅନୁଯାୟୀ ଏହା ପଞ୍ଜୀକୃତ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
Article Image
ବାଇଟ -୧- ପରେଶ ପ୍ରଧାନ , ( ଯୁଗ୍ମ ସଂପାଦକ , ପାରାଦୀପ ପୋର୍ଟ ଆଣ୍ଡ୍ ମଜଦୁର୍ ୟୁନିୟନ )
Article Image
ବାଇଟ -୨- ସନାତନ ବେହେରା , ( ସାଧାରଣ ସଂପାଦକ , ପାରାଦୀପ ପୋର୍ଟ ଆଣ୍ଡ୍ ମଜଦୁର୍ ୟୁନିୟନ )